କବିସୂର୍ଯ୍ୟନଗର, ୦୧/୦୬/୨୦୨୬ (ଓଡ଼ିଶା ସମାଚାର)-କବିସୂର୍ଯ୍ୟନଗର ଥାନା ପୁଲିସ ଅଧିକାରୀମାନଙ୍କ ନିସ୍ତୁକ ମାଡ଼ରେ ସାବୁଳିଆ ଗ୍ରାମର ଦିବ୍ୟାଙ୍ଗ ଯୁ୍ୱବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୁଶାନ୍ତ ସାହୁ(୩୨)କୁ ପିଟିପିଟି ପୁଲିସ ମାରି ଦେଇଥିବା ଅଭିଯୋଗ ହୋଇଛି । ଗତ ୨୫ତାରିଖରୁ ପୁଲିସ ଥାନାକୁ ଆଣି ଥାନାରେ ରଖି ନିର୍ଯାତନା ଦେଇ ମାଡ ମାରିବା ସହ ଗରମ ପାଣି ତା ଉପରେ ପକାଇ ଫୋଟକା କରାଯାଇଛି । ଗତକାଲି ଆହତ ଗୁରୁତର ଯୁବକକୁ ତାଙ୍କ ପରିବାରକୁ ପଠାଇ ଦେଇଥିଲେ । ତାଙ୍କୁ ପ୍ରଥମେ ଆସିକା ଡାକ୍ତରଖାନା ଓ ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଥିଲା ।
ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ସୁଶାନ୍ତର ମୃତ୍ୟୁ
ଘଟିଛି । ଏହି ଘଟଣା ପରେ କବିସୂର୍ଯ୍ୟ ନଗର ଥାନା ଅଂଚଳରେ ଉତେଜନା ପ୍ରକାଶ ପାଇଛି । ଘଟଣାର ତଦନ୍ତ କରିବାକୁ ଦକ୍ଷିଣାଂଚଳ ଆଇଜିଙ୍କ ନିର୍ଦେଶରେ ସକାଳେ ଗଞ୍ଜାମ ଜିଲା ଏସପି କବିସୂର୍ଯ୍ୟ ନଗର ଥାନାରେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଥାନାରେ ପୋଲିସର ଥାର୍ଡÿ ଡିଗ୍ରୀରେ ଦିବ୍ୟାଙ୍ଗ ଯୁବକଙ୍କ ମୃତୁ୍ୟ ଘଟିଥିବା ଅଭିଯୋଗ ହୋଇଛି । ଘଟଣାରେ ୩ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ଆଇପିଏସ ନୀତିଶ ମିଶ୍ରଙ୍କୁ ଜିଲା ମୁଖ୍ୟ କାର୍ଯ୍ୟାଳୟକୁ ବଦଳି କରାଯାଇଛି । ଜଣେ କନେଷ୍ଟବଳଙ୍କୁ ଚାକିରିରୁ ସବୁଦିନ ପାଇଁ ବହିଷ୍କାର କରାଯାଇଛି । ଏହି ଥାନାର ସମସ୍ତ କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି କରାଯିବ ବୋଲି ଗଂଜାମ ଏସପି ହରିଶ ବିଶି ଆଜି ସୂଚନା ଦେଇଛନ୍ତି ।
