ଇସ୍ତଫା ଦେଲେ ପୂର୍ବତନ ଜିଲ୍ଲା ପରିଷଦ ଦମ୍ପତି ଦିଲିପ ଓ ସସ୍ମିତା ବିଶ୍ବାଳ
କଟକ ସଦର,୩୧/୦୫/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଗତ ସାଧାରଣ ନିର୍ବାଚନ ପରଠାରୁ କଟକ ସଦରରେ ବିଜେଡ଼ି କର୍ମୀମାନେ ନିଜକୁ ଅସହାୟ ମଣୁଥିଵା ବେଳେ ଦୀର୍ଘ ଦୁଇବର୍ଷ ପରେ ନିଜକୁ ଦୂରେଇ ରଖିଥିବା ପରାଜିତ ବିଧାୟକ ପ୍ରାର୍ଥୀ ଚନ୍ଦ୍ର ସାରଥି ବେହେରା ଏକ ପଦବୀରେ ଥଇଥାନ ହେବା ପରେ ଏବେ ଟିକେ ନିର୍ବାଚନ ମଣ୍ଡଳୀ ମୁହାଁ ହୋଇଥିବା ଦୃଶ୍ୟମାନ ହେଉଛି। ଏଥିପାଇଁ ନିର୍ବାଚନ ମଣ୍ଡଳୀର ଵହୁ ଛାମୁଆ ନେତା ଓ କର୍ମୀ ଦଳ ଛାଡ଼ିବାକୁ ସଜବାଜ ହେଉଥିବାବେଳେ କେବଳ ତିଥି ଵାରକୁ ଅପେକ୍ଷା କରିଥିବା ଜଣାପଡିଛି। ଏହି ପରିପ୍ରେକ୍ଷୀରେ ନିଶ୍ଚିନ୍ତକୋଇଲି ବ୍ଲକ ଉତରକୂଳ ପଞ୍ଚାୟତର ପୂର୍ବତନ ସରପଂଚ ଓ ପୂର୍ବତନ ଜିଲ୍ଲା ପରିଷଦ ଦମ୍ପତି ଦିଲିପ ବିଶ୍ୱାଳ ଓ ସସ୍ମିତା ବିଶ୍ବାଳ ଦଳ ଛାଡିଥିବା ଜଣାପଡିଛି।


ଉଭୟ ତାଙ୍କର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଥିବା ବେଳେ ଦଳରେ ତାଙ୍କୁ ଅଣଦେଖା ଓ କୋଣଠେସା କରାଯାଇଥିବା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ କଟକ ଜିଲ୍ଲା ବିଜେଡ଼ି ସଭାପତି ପ୍ରଫୁଲ୍ଲ ସିଂହ କେବଳ କଟକ ସହରରେ କେତେକ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମରେ ନିଜକୁ ସୀମିତ ରଖି ଜିଲ୍ଲା ସଂଗଠନ ଠାରୁ ଦୂରେଇ ରହିବା କାରଣରୁ ଏଭଳି ସ୍ଥିତି ସୃଷ୍ଟି ହେବା ସହିତ ଆଗକୁ କଟକ ସଦରରେ ଭାଡି ଖାଲି ହୋଇଯିବା ସମ୍ଭାବନା କୁ ଏଡେଇ ଦେଇ ହେବ ନାହିଁ ବୋଲି ଚର୍ଚ୍ଚା ଜୋର ଧରିଛି। ଵିଶ୍ୱ।ଳ ଦମ୍ପତି ବିଜେଡ଼ି ଛାଡ଼ିବା ପରେ ଚନ୍ଦ୍ର ସାରଥି ବେହେରାଙ୍କୁ ଶକ୍ତ ଧକ୍କା ବୋଲି ସାଧାରଣରେ ମତପ୍ରକାଶ ପାଉଛି। ସୂଚନାଯୋଗ୍ୟ ଯେ ଦିଲିପ ବିଶ୍ବାଳ ୨୦୧୭ ରୁ ୨୦୨୨ ସରପଂଚ,୨୦୦୨ ରୁ ୨୦୦୭ ଜିଲ୍ଲା ପରିଷଦ ସଭ୍ୟ ଥିବା ବେଳେ ପତ୍ନୀ ସସ୍ମିତା ୨୦୧୨ ରୁ ୨୦୧୭ ପର୍ଯ୍ୟନ୍ତ ଜିଲ୍ଲା ପରିଷଦ ସଭ୍ୟା ଥିଲେ।
