ଦୂର୍ଘଟଣାରେ ମହିଳା ଙ୍କ ମୃତ୍ୟୁ

ଗରଦପୁର, ୩୦/୦୫/୨୦୨୬ (ଓଡ଼ିଶା ସମାଚାର)-କୁଦାନଗରୀ ଥାନା ତଥା ଗରଦପୁର ବ୍ଲକ୍ ଅନ୍ତର୍ଗତ ପଡ଼ା ରାଏସର ଗ୍ରାମ ନିକଟରେ ବନ୍ତଳା ଗ୍ରାମର ରାଜଲକ୍ଷ୍ମୀ ଦାସ (୪୦)ଙ୍କର ଏକ ଦୁର୍ଘଟଣା ରେ ଦୂର୍ଘଟଣାସ୍ଥଳରେ ପରଲୋକ ହୋଇ ଯାଇଛି । ପ୍ରାପ୍ତ ସୂଚନା ରୁ ପ୍ରକାଶ ଯେ ମାହାଙ୍ଗା ଠାରୁ ପଳସୁଧା ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ରାସ୍ତା ଏବେ ନିର୍ମାଣାଧିନ ଅଛି । ଏହି କାର୍ଯ୍ୟ ନେଇଥିବା ଠିକା ସଂସ୍ଥା ଆଜି କାମ କରୁଥିଲା । ଏହି ରାସ୍ତାଦେଇ ବନ୍ତଳା ଗ୍ରାମର ରାଜଲକ୍ଷ୍ମୀ ଦାସ ପଡ଼ା ରାଏସର ଗ୍ରାମର ଜଣେ ସମ୍ପର୍କିୟଙ୍କ ଘରକୁ ଯାଉଥିଲେ । ଜଣେ ସ୍କୁଟି ଚଳାଉଥିବାବେଳେ ମହିଳା ରାଜଲକ୍ଷ୍ମୀ ସ୍କୁଟି ପଛରେ ବସିଥିଲେ ।

ଯିବା ବାଟରେ ପଡ଼ା ରାଏସର ନିକଟରେ ଢ଼ଳେଇ ରାସ୍ତା ନିର୍ମାଣରେ କାର୍ଯ୍ୟରତ ଥିବା ଆଜାକ୍ସ ମେସିନ୍ ସହିତ ଦୂର୍ଘଟଣା ଘଟିଥିଲା । ଅଣଓସାରିଆ ରାସ୍ତାରେ ସ୍କୁଟି ସାଇଡ଼୍ କାଟି ପାର ହେଉଥିବାବେଳେ ସ୍କୁଟି କାଦୁଅରେ ସ୍ଲିପ୍ କରିଥିଲା । ସ୍କୁଟି ଚାଳକ ବାହାରକୁ ଛିଟିକି ପଡ଼ିଥିବାବେଳେ ରାଜଲକ୍ଷ୍ମୀ ଆଜାକ୍ସ ମେସିନ୍ ଆଗକୁ ଛିଟିକି ପଡ଼ିଥିଲେ । ଏହି ସମୟରେ ଆଜାକ୍ସ ମେସିନ୍ ରାଜଲଡ୍ମୀ ଙ୍କ ଉପରେ ଚଢ଼ିଯାଇଥିଲା । ଫଳରେ ରାଜଲକ୍ଷ୍ମୀ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ ।

ଅପରାହ୍ନ ୩ ଟାରୁ ୪ ଟା ମଧ୍ୟରେ ଏହି ଦୂର୍ଘଟଣା ଘଟିଥିଲା । ଖବର ପାଇ ଘଟଣାସ୍ଥଳରେ କୁଦାନଗରୀ ଥାନା ପୋଲିସ ପହଂଚି ଶବ ଜବତ କରି କେନ୍ଦ୍ରାପଡ଼ା ହସପିଟାଲକୁ ବ୍ୟବଛେଦ ପାଇଁ ପଠାଇଛି । ଥାନାରେ ଏକ ମାମଲା ରୁଜୁ କରାଯିବା ସହିତ ପୋଲିସ ଠିକା ସଂସ୍ଥାର ଗାଡ଼ି ଆଜାକ୍ସ ମେସିନ୍ ଗ୍ଦଭ ଜବତ କରିଛି । ରାଜଲକ୍ଷ୍ମୀ ଙ୍କ ସ୍ୱାମୀ ନୀରଂଜନ ଦାସ । ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି ।

Leave a Reply

Your email address will not be published. Required fields are marked *