ଜଗତସିଂହପୁର,୩୦/୦୫/୨୬ (ଓଡ଼ିଶା ସମାଚାର)-ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସ୍ବତନ୍ତ୍ର ସଘନ ସଂଶୋଧନ (SIR) ୨୦୨୬ ସଚେତନତା ରଥ କୁ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଶୁଭାରମ୍ଭ କରିଥିଲେ। ପ୍ରକାଶ ଥାଉ କି, ଆଜି ଅର୍ଥାତ୍ ୩୦/୫/୨୬ ଠାରୁ ୨୮/୦୬/୨୬ ରିଖ ପର୍ଯ୍ୟନ୍ତ ବି ଏଲ ଓ ମାନେ ଘରକୁ ଘର ବୁଲି ଦୁଇଟି ଲେଖାଏଁ ପରିଗଣନା ଫର୍ମ ବଣ୍ଟନ କରିବେ। ନାଗରିକ ମାନେ ଏହି ଫର୍ମ ପୂରଣ କରି ଗୋଟିଏ ଫର୍ମ ବି ଏଲ ଓ ଙ୍କୁ ହସ୍ତାନ୍ତର କରିବା ସହ ଅନ୍ୟ ପୂରଣ ହୋଇଥିବା ଫର୍ମ ରେ ବି ଏଲ ଓ ଙ୍କ ଦସ୍ତଖତ ରେ ନିଜ ପାଖରେ ରଖିବେ। ଏହି ସମ୍ପର୍କିତ ସଚେତନତା ସୃଷ୍ଟି କରିବା ପାଇଁ ରଥ ଜିଲ୍ଲା ର ସମସ୍ତ ୮ ଟି ବ୍ଲକ ଓ ୨ ମ୍ୟୁନିସପାଲିଟି ପରିଦର୍ଶନ କରି ଜନସାଧାରଣ ଙ୍କୁ ସଚେତନ କରାଇବ।
ରଥ ଉଦଘାଟନ ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ, ଡେପୁଟି କଲେକ୍ଟର ନିର୍ବାଚନ ଶ୍ରୀ ପ୍ରଶାନ୍ତ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।
