ଭୁବନେଶ୍ୱର,୨୧/୦୫/୨୦୨୬(ଓଡ଼ିଶା ସମାଚାର/ ଦୀପ୍ତି ରଂଜନ କାନୁନଗୋ)- ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁ ଜୀବନ ଜିବକା ଦୁର୍ବିସହ ହୋଇପଡ଼ିଥିବା ବେଳେ ରାସ୍ତାରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ବିଶେଷକରି ଡହ ଡହ ଖରାରେ ଟ୍ରାଫିକପୋଷ୍ଟ ପାଖରେ ଅଟକି ରହିବା ଫଳରେ ପଥଚାରୀମାନେ ଗ୍ରୀଷ୍ମପ୍ରବାହ ଯୋଗୁ ଅସୁସ୍ଥ ଅନୁଭବ କରୁଛନ୍ତି । ଏସବୁକୁ ଦୃଷ୍ଟିରେ ରଖି ଟିଜି ସୁରକ୍ଷା ଟ୍ରଷ୍ଟ ତରଫରୁ ନୟାପଲ୍ଲୀ ଟ୍ରାଫିକ ଛକଠାରେ ଦିବା ୧୧ଘଟିକାରୁ ୨ଘଟିକା ପର୍ଯ୍ୟନ୍ତ ଟ୍ରଷ୍ଟର ସଦସ୍ୟମାନଙ୍କ ଦ୍ୱାରା ଦହି ସରବତ ବଂଟନ କରିବା ସହିତ ଓଆରଏସ୍ ବଂଟନ କରାଯାଇଥିଲା ।
ଏଥିସହିତ ଗ୍ରୀଷ୍ମ ପ୍ରବାହରୁ ସୁରକ୍ଷିତ ରହିବା ପାଇଁ ମୁଣ୍ଡରେ ସଫା କପଡ଼ା, ସାଥୀରେ ପାଣି ନେଇ ବାହାରକୁ ବାହାରିବା ପାଇଁ ସଚେତନ କରାଯାଇଥିଲା । ଏଥିସହିତ ରାସ୍ତାରେ ପଥଚାରୀ ଅସୁସ୍ଥତା ଅନୁଭବ କଲେ ସେଙ୍ଗ ସେଙ୍ଗ ମେଡ଼ିକାଲ ପଠାଇବା ପାଇଁ ଆମ୍ବୁଲାନ୍ସର ବ୍ୟବସ୍ଥା କରିବାକୁ ଯୋଜନା କରାଯାଇଛି ।
ଟିଜି ସୁରକ୍ଷା ଟ୍ରଷ୍ଟର ସଭାପତି ମେନକା ପରିଡ଼ାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ସଦାଶିବ ବେହେରା, ଜମ୍ବେଶ୍ୱର ବିଶ୍ୱାଳ, ପ୍ରତାପ କୁମାର ସାହୁ, ରିଆ କିନ୍ନର, ସୋନାଲି କିନ୍ନର, ରୀନା କିନ୍ନର, ଶୁଭ କିନ୍ନର, ଶାଳିନୀ କିନ୍ନର, ନେହା, ଶିବାନୀ, ତୁଳସୀ, କଇଁ ପ୍ରମୁଖ ଉପସ୍ଥିତ ରହି ପଥଚାରୀମାନଙ୍କୁ ଦହି ସରବତ ବଂଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଟ୍ରାଫିକ ପୋଲିସ୍ ଅଫିସରମାନେ ଉପସ୍ଥିତ ରହି ଉତ୍ସାହିତ କରିଥିଲେ । ଆଗାମୀ ଦିନରେ ରାଜଧାନୀର ବିଭିନ୍ନ ଟ୍ରାଫିକ ପୋଷ୍ଟ ଅଂଚଳରେ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଟ୍ରଷ୍ଟ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି ।
