ନିରାକାରପୁର ଷ୍ଟେସନର ଉନ୍ନତି ଓ ଏକ୍ସପ୍ରେସ ଟ୍ରେନ ରହଣୀ ଦାବିରେ ଧାରଣା।

ଖୋର୍ଦ୍ଧା,୪/୨/୨୦୨୪(ଓଡିଶା ସମାଚାର/ଦୀପକ ପ୍ରଧାନ)-ଖୋର୍ଦ୍ଧା ରେଳ ଡିଭିଜନ ନିରାକାରପୁର ଷ୍ଟେସନର ଉନ୍ନତି କରଣ ଓ ନିରାକାରପୁର ଷ୍ଟେସନରେ ଏକ୍ସପ୍ରେସ ଟ୍ରେନ ରହଣୀ ପାଇଁ ନିରାକାରପୁର ରେଳ ଷ୍ଟେସନ ଷ୍ଟେସନ ମାଷ୍ଟରଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଆଂଚଳିକ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ମାନେ ଶାନ୍ତିପୂର୍ଣ୍ଣ ଭାବରେ ଧାରଣା ଦେଇଛନ୍ତି।ନିରାକାରପୁର ଷ୍ଟେସନ ଉପରେ ଆଖପାଖ ୪ଖଣ୍ଡ ନିର୍ବାଚନ ମଣ୍ଡଳୀର ଲୋକମାନେ ନିର୍ଭର କରୁଥିବା ବେଳେ ଏହି ଷ୍ଟେସନରେ ଅନେକ ସମସ୍ୟା ଅଛି।ସମସ୍ୟା ଗୁଡିକ ହେଲା ନିରାକାରପୁର ଷ୍ଟେସନ ପ୍ଲାଟଫର୍ମ ଉନ୍ନତିକରଣ ସହିତ ଆଲୋକିକରଣ,ପାନୀୟଜଳ ସୁବିଧା,୪ନମ୍ବର ପ୍ଲାଟଫର୍ମରେ ଟିକେଟ କାଉଣ୍ଟର ଏବଂ ନିରାକାରପୁର ଷ୍ଟେସନରେ ଭୂବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ, ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସ,ଭୂବନେଶ୍ୱର-ଜୁନାଗଡ ଏକ୍ସପ୍ରେସ ରହଣୀ ପାଇଁ ବାରମ୍ବାର ଦାବି ହେଉଛି।ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ମାଧ୍ୟମରେ ରେଳ ବିଭାଗ ର ବରିଷ୍ଠ ଅଧିକାରୀ ମାନଙ୍କୁ ଓ ଦାବିପତ୍ର ପ୍ରଦାନ କରାଯାଇଛି।ଆଗାମୀ ଦିନରେ ନିରାକାରପୁର ଷ୍ଟେସନର ସମସ୍ୟା ଓ ନିରାକାରପୁର ରେ ଅଧିକ ଏକ୍ସପ୍ରେସ ଟ୍ରେନ ନ ରହିଲେ ଆନ୍ଦୋଳନ କୁ ଜୋରଦାର କରାଯିବ ବୋଲି ଆଂଚଳିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚେତାବନୀ ଦିଆ ଯାଇଛି। ଚାରି ଘଣ୍ଟା ଶାନ୍ତିପୂର୍ଣ୍ଣ ଧାରଣାରେ ବସିବା ପରେ ଖୋର୍ଦ୍ଧା ରୋଡ୍ ସିନିଅର ଡିସିଏମ ଅମିତେଶ ଆନନ୍ଦ ଷ୍ଟେସନ ମାଷ୍ଟର ବିଭୁତି ଭୂଷଣ ସ୍ବାଇଁ ଙ୍କ ଜରିଆରେ ପ୍ରାଥମିକସ୍ତରରେ ୪ ଟି ଦାବି ପୁରଣ ପାଇଁ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

Leave a Reply

Your email address will not be published. Required fields are marked *