ଭୁବନ ୨୦/୦୪/୨୦୨୬ (ଓଡ଼ିଶା ସମାଚାର)-ଭୁବନ କୃଷକ ସମାଜ ତରଫରୁ କୃଷିର ଆଦ୍ୟ ପର୍ବ ଅକ୍ଷୟ ତୃତୀୟା ମହା ସମାରୋହରେ ପାଳିତ ହୋଇଯାଇଛି। ପାଲାମଣ୍ଡପ ସ୍ଥିତ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା ପରେ କାମାକ୍ଷା ନଗର ବିଧାୟକ ଶ୍ରୀଯୁକ୍ତ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରି କୃଷି ହେଉଛି ଓଡ଼ିଶାର ମେରୁଦଣ୍ଡ । କୃଷି ଓ କୃଷକଙ୍କ ପ୍ରତି ସରକାର ପ୍ରାଥମିକତା ଦେଉଛନ୍ତି ।
କୃଷି ଭିତ୍ତିକ କାର୍ଯ୍ୟ ଓ କୃଷକ ଙ୍କ ଉନ୍ନତିରେ ଦେଶର ଉନ୍ନତି ବୋଲି ମତବ୍ୟକ୍ତ କରିଥିଲେ । ଏକ ବିଶାଳ ହଳ ଲଙ୍ଗଳ ଓ ଟ୍ରାକ୍ଟର ଶୋଭାଯାତ୍ରାରେ କୃଷକ ମାନେ ସହର ପରିକ୍ରମା କରି ହିଙ୍ଗୁଳା ପୀଠରେ ପହଞ୍ଚି ଥିଲେ । କୃଷକ ସମାଜ ସଭାପତି ବାସୁଦେବ ଗୁରୁ ମା ହିଙ୍ଗୁଳାଙ୍କ ନିକଟରେ ପୂଜାର୍ଚ୍ଚନା କରିବା ପରେ ଅକ୍ଷିମୁଠି ଅନୁକୂଳ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କୃଷକ ସମାଜ କର୍ମକର୍ତ୍ତା ଶ୍ରୀଧର ବେହେରା ,ସତ୍ୟାନନ୍ଦ ପୃଷ୍ଟି ,ଅନୁକୂଳ ପୋଥାଳ,ପୂର୍ଣ୍ଣଚନ୍ଦ୍ର ସାହୁ,ଚୈତନ୍ୟ ସାହୁ,ଅଚ୍ୟୁତ ମଲିକ,ମନୁ ବେହେରା,ଭବାନୀ ଶଙ୍କର ବେହେରା ଙ୍କ ସମେତ ଉଦ୍ୟାନ ବିଭାଗ ଅଫିସର ସଚ୍ଚିଦାନନ୍ଦ ପ୍ରଧାନ ଯୋଗଦେଇଥିଲେ ।
