ଭୁବନେଶ୍ୱର,୧୭/୦୪/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସାରଦାପ୍ରସାଦଙ୍କ ଗଳ୍ପରେ ଜୀବନବୋଧ ପାଠକଙ୍କୁ ମୋହଗ୍ରସ୍ତ କରେ । ତାଙ୍କ ଗଳ୍ପ ରଚନାର ଭାଷା ଓ କାରିଗରୀ ଥିଲା ଅସାଧାରଣ । ବିଶିଷ୍ଟ କଥାକାର ସ୍ୱର୍ଗତ ସାରଦା ପ୍ରସାଦ ମିଶ୍ରଙ୍କ ସ୍ମରଣ ସଭାରେ ଅତିଥିମାନେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ନିବେଦନ କରିଛନ୍ତି । “ସ୍ମୃତି ସାରଦା” ଆନୁକୂଲ୍ୟରେ ସ୍ଥାନୀୟ ରୋଟାରି ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆୟକର ବିଭାଗର ପ୍ରାକ୍ତନ ପ୍ରଶାସକ ତଥା ସ୍ତମ୍ଭକାର ମନୋରଞ୍ଜନ ପାଣିଗ୍ରାହୀ ଅଧ୍ୟକ୍ଷତା କରି ସାରଦାଙ୍କ ସହିତ ତାଙ୍କ ଅନ୍ତରଙ୍ଗ ସମ୍ପର୍କର ସ୍ମୃତିଚାରଣ କରିଥିଲେ । ପ୍ରସିଦ୍ଧ କଥାଶିଳ୍ପୀ ଜୟନ୍ତୀ ରଥ, କଥାକାର ପରେଶ ପଟ୍ଟନାୟକ ଓ ସମ୍ପାଦକ ତଥା ଅନୁବାଦକ ଅସିତ ମହାନ୍ତି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସାରଦାଙ୍କ ଗଳ୍ପକାରିତା, ବନ୍ଧୁବତ୍ସଳତା, ତାଙ୍କ ଗଳ୍ପର ବିଶେଷତ୍ୱ, ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ଓ ବୃତ୍ତିଗତ ସଫଳତା ନେଇ ବିସ୍ତୃତ ଆଲୋଚନା କରିଥିଲେ ।
“ସ୍ମୃତି ସାରଦା ” ପକ୍ଷରୁ କଥାଶିଳ୍ପୀ ସାରଦା ପ୍ରସାଦ ମିଶ୍ରଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି
