ଗାଇଡାନସ୍ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ସିବିଏସଇ ମାଟ୍ରିକ ପରୀକ୍ଷାରେ ଶତ ପ୍ରତିଶତ ସଫଳତା

ଭୁବନେଶ୍ୱର,୧୫/୦୪/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଡୁମ୍ ଡୁମା ସ୍ଥିତ ଗାଇଡାନସ୍ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଚଳିତ ବର୍ଷ ସିବିଏସଇ ମାଟ୍ରିକ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ହାସଲ କରିଛି। ବିଦ୍ୟାଳୟର ଛାତ୍ର ଆୟୁଷ ଦୋରା ସର୍ବୋଚ୍ଚ ୯୯% ପ୍ରତିଶତ ମାର୍କ ରଖି ବିଦ୍ୟାଳୟ ସହ ରାଜ୍ୟର ଗୌରବ ବଢ଼ାଇଛନ୍ତି। ମୋଟ ୩୯ ପରିକ୍ଷାର୍ଥୀ ୯୦% ପ୍ରତିଶତ ରୁ ଅଧିକ ମାର୍କ ରଖି ବିଦ୍ୟାଳୟର ଗାରିମାକୁ ଆଗକୁ ନେଇଛନ୍ତି। ଛାତ୍ର ଛାତ୍ରୀମାନଙ୍କ ଏହି କୃତକାର୍ୟ୍ୟକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷୟତ୍ରୀ ଏବଂ ବିଦ୍ୟାଳୟର କର୍ତ୍ତୃପକ୍ଷ ଛାତ୍ର ଛାତ୍ରୀମାନଙ୍କ ଉଜ୍ଜଳ ଭବିଷ୍ୟତ ନିମନ୍ତେ କାମନା କରିଛନ୍ତି।

Leave a Reply

Your email address will not be published. Required fields are marked *