ସାଲେପୁର,୦୯/୦୪/୨୦୨୬ (ଓଡିଶା ସମାଚାର/ ଅଭୟ ଜେନା )-ନିଖିଳ ଉତ୍କଳ ପାଚିକା ଓ ସହାୟିକା ସଂଘ ପକ୍ଷରୁ ସେମାନଙ୍କର ସାତ ଦଫା ଦାବି ପୂରଣ ନିମନ୍ତେ ସାଲେପୁର ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥଲେ ।
ଏହି ଦାବି ଗୁଡ଼ିକ ମଧ୍ୟରେ ୪ ମାସର ବକେୟା ଦରମା ପ୍ରଦାନ,ଅବସର ସମୟ ସୀମା ବୃଦ୍ଧି, ଅବସର ପରେ ଭତ୍ତା ପ୍ରଦାନ,ସରକାରୀ ହାରରେ ମଜୁରୀ, ଦଶ ମାସ ପରିବର୍ତ୍ତେ ୧୨ ମାସର ଦରମା ପ୍ରାଦନ, ସାମାଜିକ ସୁରକ୍ଷା ପ୍ରଦାନ କରିବା ଆଦି ଅନ୍ତର୍ଭୁକ୍ତ ।ଏହିଆନ୍ଦୋଳନ ଓ ବିକ୍ଷୋଭପ୍ରଦର୍ଶନ ରେ ଆରତୀ ଓଝା,ରଜନୀ ପଣ୍ଡା,ସୁମିତ୍ରା ଦାଶ,ରସିଦା ବିବି,ଗୌରୀ ବେହେରା,ଗୀତାଞ୍ଜଳି ବେହେରା, ଦମୟନ୍ତୀ ପୃଷ୍ଟି,ପ୍ରମୁଖ ଏଥିରେ ଭାଗ ନେଇଥିଲେ ।
ଏ ଆଇ ଟି ୟୁ ସି ଜିଲ୍ଲା କାର୍ଯ୍ୟକାରୀ ସଭାପତି ଉଦୟ କେଶରୀ ବର୍ମା, ବାମପନ୍ଥୀ ନେତା ରଶ୍ମି ତ୍ରିପାଠୀ,ସି ପି ଆଇ ନେତା ଅମରେନ୍ଦୁ ମହାନ୍ତି, ହିମାଂଶୁ ଭୂୟାଁ,ସୁନୀଲ ବରାଳ, ସନାତନ ମଲିକ, ହରିହର ମହାନ୍ତି ପ୍ରମୁଖ ବିକ୍ଷୋଭ ରେ ଭାଗ ନେଇଥିଲେ । ଶେଷରେ ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।
