ଘଟଗାଁ, ୦୭/୦୪/୨୦୨୬ (ଓଡିଶା ସମାଚାର)-ଓଡ଼ିଶାର ପ୍ରସିଦ୍ଧ ଦେବୀ ଘଟଗାଁ ମା’ତାରିଣୀ ଠାକୁରାଣୀଙ୍କର ବହୁ ପର୍ବ ପାଳନ କରାଯାଏ। ସେଥି ମଧ୍ୟରୁ ମା’ଙ୍କର ଚଇତି ପର୍ବ (ମହାବିଷୁବ ପଣା ସଂକ୍ରାନ୍ତି ପର୍ବ) ସବୁଠାରୁ ବଡ଼ ପର୍ବ। ଏହି ସମୟରେ ମା’ଙ୍କର ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ସହିତ ପ୍ରତ୍ୟେହ ମା’ଙ୍କ ମାଜଣା , ମଙ୍ଗଳ ଆଳତୀ , ସୁନାବେଶ, ହୋମଯଜ୍ଞ , ଭାଗବତ ପାରାୟଣ , ଚଣ୍ଡିପାଠ ଓ ସତ୍ୟନାରାୟଣ ପୂଜା ଯଥାବିଧି ଅନୁଷ୍ଠିତ ହୋଇଥାଏ। ଏପ୍ରିଲ ୯ରୁ ଆରମ୍ଭ ହେବାକୁ ଥିବା ଏହି ଚଇତି ପର୍ବରେ ସାତଦିନ ବ୍ୟାପି ଓଡିଶାର ସୁନାମ ଧନ୍ୟ ପାଲା ଗାୟକ , ପ୍ରବଚକ,କଣ୍ଠଶିଳ୍ପୀ ଓ ଲୋକନୃତ୍ୟ ଦଳ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ଏଥିସହ ମନ୍ଦିର ପରିସର ସାଂସ୍କୃତିକ ମଣ୍ଡପରେ ପ୍ରଥମ ଦିବସ ଦିବା କାର୍ଯ୍ୟକ୍ରମରେ ମା’ ତାରିଣୀ ନୃତ୍ୟ ଶିକ୍ଷା କେନ୍ଦ୍ର , ଘଟଗାଁ , ଇରା ମହାନ୍ତି ଓ ଗ୍ରୁପ , ମା ଶାରଲା ଚଇତି ଘୋଡା ନାଚ, କେନ୍ଦ୍ରାପଡା ଏବଂ ଦ୍ୱିତୀୟ ଦିବସରେ କରଞ୍ଜିଆ ସଂଗୀତ ମହାବିଦ୍ୟାଳୟ, କରଞ୍ଜିଆ , ଶୈଳଭାମା ମହାପାତ୍ର ଓ ଗ୍ରୁପ , ଵୀଣାକେଶରୀ ନୃତ୍ୟ ମଞ୍ଜରୀ ଲୋକନୃତ୍ୟ , ପିପିଲି ନୃତ୍ୟ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ତୃତୀୟ ଦିବସରେ କିଶୋର କବି କଳା କଳ୍ପନା, କଟକ , ବିଶ୍ୱ ମୋହନ କବି ଓ ଗ୍ରୁପ , ଖୋର୍ଦ୍ଧା ପାଇକ ଆଖଡ଼ା କାର୍ଯ୍ୟକ୍ରମ ପରିବେଷଣ କରିବେ।
ଚତୁର୍ଥ ଦିବସରେ ଶୁଭଶ୍ରୀ କଳା ନିକେତନ , ଭୁବନେଶ୍ୱର , ସୌରଭ ଭରଦ୍ୱାଜ ଓ ଗ୍ରୁପ , କୋଶଲ ଫକ ଏକାଡେମୀ , ବାଲାଙ୍ଗୀର ନୃତ୍ୟ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ପଞ୍ଚମ ଦିବସରେ ଇନ୍ଦ୍ରଧନୁ , କେନ୍ଦୁଝର , ମାନସି ପାତ୍ର ଓ ଗ୍ରୁପ , ରଣଜିତ ମହାନ୍ତ ଝୁମର ନୃତ୍ୟ , ଝାଡ଼ଖଣ୍ଡ ନୃତ୍ୟ ପରିବେଷଣ କରିବେ ଏବଂ ଷଷ୍ଠ ଦିବସରେ ଅଖଣ୍ଡ ଭଜନ ସମାରୋହ ଏବଂ ୭ମ ଦିବସରେ ବୀଣାପାଣି କଳା ନିକେତନ , ଶାଳପଡ଼ା , ଶ୍ରୀକ୍ଷେତ୍ର ଭଜନ ଗ୍ରୁପ, ଘଟଗାଁ , ମା ତାରିଣୀ ଭଜନ ସଧ୍ୟା , ଘଟଗାଁ ଭଜନ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି। ମନ୍ଦିର ପରିସରରେ ମନ୍ଦିର ଟ୍ରଷ୍ଟ ଓ କେନ୍ଦୁଝର ଜିଲ୍ଲା ଯାଦବ ମହାସଭା ପକ୍ଷରୁ ପଣା ବିତରଣ କରାଯିବ। ଏହି ଚଇତି ପର୍ବ ଅବସରରେ ସାତ ଦିନ ବ୍ୟାପୀ ଦାସ କଠିଆ , ଧର୍ମ ପ୍ରବଚନ ଓ ବାଦୀ ପାଲା ଅନୁଷ୍ଠିତ ହେବା।
ଗାୟକ ବିପିନ ବିହାରୀ ଦାଶ, ଦିଗପହଣ୍ଡି , ଗାୟକ ସୁଧାକର ବାଳକୃଷ୍ଣ ମିଶ୍ର , ଶେରଗଡ଼ , ଗଞ୍ଜାମ ଦାସ କଠିଆ ପରିବେଷଣ କରିବେ। ବାବାଜୀ କୃପାସିନ୍ଧୁ ଦାସ ମହାରାଜ , ବଡମ୍ବା , କୁନି ପ୍ରବଚକ କେଶବ ଦାଶ ଦ୍ୱିତୀକୃଷ୍ଣ , ଭୁବନେଶ୍ୱର , ପଣ୍ଡିତ ଗୋପାଳ ରାଜଗୁରୁ , ନୟାଗଡ଼, ହରିକଥା ସେବକ ବସନ୍ତ କୁମାର ବିଶୋଇ , ଜଗତସିଂହପୁର ପ୍ରବଚନ ପ୍ରଦାନ କରିବେ।
ଏହା ସହ ରାତ୍ର କାର୍ଯ୍ୟକ୍ରମରେ ଗାୟକ ବିଶାରଦ ସଚ୍ଚିଦାନନ୍ଦ ଦାଶ , ସୁଦୁସଇଲୋ , ନିଆଳି ଓ ଗାୟକ ଧିରେନ ମହାନ୍ତି ନରଣପୁର , କେନ୍ଦୁଝର ପାଲା ପରିବେଷଣ କରିବେ। ଭକ୍ତ ମାନଙ୍କ ଶୃଙ୍ଖଳା ଦର୍ଶନ ପାଇଁ ବ୍ୟାରିକେଟ ବ୍ୟବସ୍ଥା , ପୋଲିସ ମୃତୟନ ଓ ସ୍ବେଛାସେବୀ ବ୍ୟବସ୍ଥା , ସୂଚନା କେନ୍ଦ୍ର ଓ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ବ୍ୟବସ୍ଥା , ଗାଡି ପାର୍କିଂ ବ୍ୟବସ୍ଥା , ପିଇବା ପାଣି ବ୍ୟବସ୍ଥା , ଅସ୍ଥାୟୀ ପରିଶ୍ରାଗାର , ଆକସ୍ମିକ ଦୁର୍ଘଟଣାର ପ୍ରତିକାର , ବିଶ୍ରାମ ସ୍ଥଳ , ପ୍ରାଥମିକ ଚିକିତ୍ସା , ବିଶ୍ରାମ ସ୍ଥଳ , ଆଲୋକ ଓ ତୋରଣ ବ୍ୟବସ୍ଥା କରାଯାଇଛି। ଏଥି ସହ ୯ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବାକୁ ଥିବା ଏହି ପର୍ବର ବିଭିନ୍ନ ଦିବସରେ ବଦାନ୍ୟ ବ୍ୟକ୍ତିଙ୍କ ପକ୍ଷରୁ ମାଗଣା ଅନ୍ନ ପ୍ରସାଦ ଓ ଚକୁଳି ବିତରଣ କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ଜଣାପଡ଼ିଛି ।
