ଶନିବାର ବିଶେଷ କରି ପ୍ରଭୁ ଶନିଦେବଙ୍କୁ ସମର୍ପିତ । ଏହି ଦିନ ପ୍ରଭୁଙ୍କ ପୂଜା-ଉପାସନା କରାଯାଏ । ଶନିଦେବଙ୍କୁ ନ୍ୟାୟର ଦେବତା ଓ କର୍ମଫଳ ଦାତା ବାଲି କୁହାଯାଏ । ଜ୍ୟାତିଷ ଶାସ୍ତ୍ରର ଅନୁଯାୟୀ, ଶନିଦେବ କର୍ମ ଅନୁଯାୟୀ ଫଳ ପ୍ରଦାନ କରିଥାଆନ୍ତି । ଶନିଦେବଙ୍କ କୃପା ପ୍ରାପ୍ତି ପାଇଁ ଆପଣାନ୍ତୁ ଏହି ଉପାୟ..
ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଶନିବାର ଦିନ କୁକୁରଙ୍କୁ ନିଶ୍ଚୟ ଖାଇବାକୁ ଦିଅନ୍ତୁ । କଳା କୁକୁରକୁ ଖାଇବାକୁ ଦେଲେ ଖୁବ ଭଲ । ନଚେତ୍ ଅନ୍ୟ ରଙ୍ଗର କୁକୁରକୁ ମଧ୍ୟ ଖାଇବାକୁ ଦେଇ ପାରିବେ । ଏହା ଦ୍ୱାରା ଶନିଦେବ ପ୍ରସନ୍ନ ହେବା ସହ ବିଶେଷ କୃପା ମିଳିବ । ଶନିଦେବଙ୍କୁ କର୍ମଫଳ ଦାତା କୁହାଯାଏ । ତେଣୁ ଶନିବାର ଦିନ କୌଣସି ଭୁଲ କାମ ଆଦୌ କରନ୍ତୁ ନାହିଁ । ଏହି ଦିନ ଅସହାୟଙ୍କୁ ନିଶ୍ଚୟ ଭାଜନ ଦାନ କରାନ୍ତୁ ।
ଔଷଧ ସହ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ମଧ୍ୟ ଦାନ କରି ପାରିବେ । କର୍ମକ୍ଷେତ୍ର ଓ ବ୍ୟବସାୟରେ ଉନ୍ନତି ପାଇଁ ଶନିବାର ଦିନ ସ୍ନାନ ପରେ ଅଶ୍ୱସ୍ଥ ବୃକ୍ଷ ମୂଳରେ କଳା ରାଶି ମିଶ୍ରିତ ଜଳ ଅର୍ପଣ କରନ୍ତୁ । ଏହାସହ ଶୁଦ୍ଧ ଘିଅର ଦୀପ ଲଗାଇ ସୁଖ,ସମୃଦ୍ଧି କାମନା କରନ୍ତୁ । ଶନିଦେବଙ୍କ ମନ୍ତ୍ରର ଜପ କରନ୍ତୁ । ପରିବାର ସଦସ୍ୟଙ୍କ ମଧ୍ୟରେ କଳହ ହେଉଥିଲେ,ଶନିବାର ବିଧିପୂର୍ବକ ପ୍ରଭୁ ହନୁମାନଙ୍କ ପୂଜାର୍ଚ୍ଚନା କରନ୍ତୁ । ଘରେ ସୁନ୍ଦରାକାଣ୍ଡ ମଧ୍ୟ ପାଠ କରାଇ ପାରିବେ । ଶନିବାର ପ୍ରଭୁ ହନୁମାନଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ଶନି ଦୋଷ ଦୂର ହାଇଥାଏ । ଶନି ହେଉଛନ୍ତି ଗ୍ରହରାଜ । ଅର୍ଥାତ୍ ଗ୍ରହ ମାନଙ୍କ ଭିତରେ ରାଜା । ତାଙ୍କୁ କେବେ ଅଣଦେଖା କରନ୍ତୁ ନାହିଁ କିମ୍ବା ତାଙ୍କୁ ନେଇ ରାଜନୀତି କରନ୍ତୁ ନାହିଁ । ଶନି ଙ୍କୁ ଅବହେଳା କଲେ ସେ କୋପ କରିବେ । ଶନି କୃପା କଲେ ଅସମ୍ଭବ କାର୍ଯ୍ୟ ସମ୍ଭବ ହୋଇଥାଏ । କୁହାଯାଏ ଶନି ଗରୀବ କୁ କୋଟିପତି କରିପାରନ୍ତି ଆଉ କୋଟିପତିକୁ ଗରୀବ କରିପାରନ୍ତି । ଶନି କୋପ କଲେ ତାଙ୍କ କୋପରୁ ରକ୍ଷା ପାଇବା ବଡ଼ କଷ୍ଟ । ଶନି ମହାରାଜ ଙ୍କୁ ସବୁବେଳେ ଶାନ୍ତି କରିବା ପାଇଁ ଚେଷ୍ଟା କରନ୍ତୁ ।
