କଟକ ସଦର,୦୩/୦୪/୨୦୨୬ (ଓଡ଼ିଶା ସମାଚାର/ବିଷ୍ଣୁ ବେହେରା)- ଆଭ୍ୟନ୍ତରିଣ ଅଂଚଳରେ ଗମନା ଗମନ ର ସୁବିଧା ପାଇଁ ସରକାର ଲକ୍ଷ୍ମୀ ବସ୍ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏହି କ୍ରମରେ ବିଭିନ୍ନ ସ୍ଥାନରୁ ନିକଟସ୍ଥ ବସ ଷ୍ଟାଣ୍ଡ, ବ୍ଲକ୍ ମହକୁମା ଓ ଜିଲା ମହକୁମାକୁ ଲକ୍ଷ୍ମୀ ବସ୍ ଚଳା ଚଳ କରୁଛି । ସେହି ଅନୁସାରେ ଗୋଟିଏ ଲକ୍ଷ୍ମୀ ବସ୍ ରଘୁନାଥପୁର ବ୍ଲକ୍ ଅନ୍ତର୍ଗତ ତାରପୁର ବସ ଷ୍ଟପେଜ୍ ରୁ ମହାନଦୀ ଚିତ୍ରୋପôଳା ଦୀପାଂଚଳ ର କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଗରଦପୁର ବ୍ଲକ୍ ତଥା ତେଣ୍ଡାକୁଡ଼ା ପଂଚାୟତର ଆଳିଜଙ୍ଗା ପର୍ଯ୍ୟନ୍ତ ଯାଉଛି । ଆଳିଜଙ୍ଗା ଠାରୁ ମାତ୍ର ୫୦୦ ମିଟର ଦୂରରେ ଅଂଚଳର ପ୍ରମୁଖ ବ୍ୟବସାୟ କେନ୍ଦ୍ର ବିଲହାଟ ଅବସ୍ଥିତ । ଏହି ବସ୍ ଟି ତାରପୁର ଠାରୁ ଆସି ବିଲହାଟ ନଯାଇ ଆଳିଜଙ୍ଗା ଠାରୁ ଫେରୁଛି ।
ଫଳରେ ଏହି ବସ୍ ରେ ତାରପୁର ଠାରୁ ବିଲହାଟ ଯିବାକୁ ଆସୁଥିବା ଲୋକମାନେ ଆଳିଜଙ୍ଗା ଠାରେ ଲକ୍ଷ୍ମୀ ବସ୍ ରୁ ଓହ୍ଲାଇ ପିଲା କବିଲା ଧରି ଚାଲି ଚାଲି ବିଲହାଟ ଯିବାକୁ ପଡ଼ୁଛି । କେବଳ ବିଲହାଟ ନୁେହେଁ , ମହମ୍ମଦପୁର, ମଣିଜଙ୍ଗ ଆଦି ଅଂଚଳର ଲୋକମାନେ ସମାନ ଅବସ୍ଥା ଭୋଗୁଛନ୍ତି । ସେହିପରି ତାରପୁର ବସ ଷ୍ଟପେଜ୍ ପର୍ଯ୍ୟନ୍ତ ଯିବାକୁ ଚାହୁଁଥିବା ବିଲହାଟ, ମହମ୍ମଦପୁର, ମଣିଜଙ୍ଗ ଆଦି ଅଂଚଳର ଲୋକମାନେ ଚାଲିଚାଲି ଆସି ଆଳିଜଙ୍ଗା ଠାରେ ଏହି ଲକ୍ଷ୍ମୀ ବସ ରେ ତାରପୁର ବସ ଷ୍ଟପ୍ କୁ ଯାଉଛନ୍ତି ।

ତେଣୁ ବିଲହାଟ, ମହମ୍ମଦପୁର, ମଣିଜଙ୍ଗ ଆଦି ଅଂଚଳର ଜନସାଧାରଣଙ୍କ ହିତ ଦୃଷ୍ଟିରୁ ଏହି ବସ୍ ତାରପୁର ଠାରୁ ଆଳିଜଙ୍ଗା ବଦଳରେ ବିଲହାଟ ପର୍ଯ୍ୟନ୍ତ ଚାଲିଲେ ଅଂଚଳର ଜନସାଧାରଣ ଉପକୃତ ହୋଇପାରନ୍ତେ । ତାରପୁର ଠାରୁ ଆଳିଜଙ୍ଗା ପର୍ଯ୍ୟନ୍ତ ଚଳାଚଳ କରୁଥିବା ଲକ୍ଷ୍ମୀ ବସ୍ ଟି ତାରପୁର ଠାରୁ ବିଲହାଟ ଠାରେ ଥିବା ମହମ୍ମଦପୁର ପଂଚାୟତ କାର୍ଯ୍ୟାଳୟ ନିକଟରେ ଥିବା ଲକ୍ଷ୍ମୀ ବସ୍ ଷ୍ଟପ୍ ପର୍ଯ୍ୟନ୍ତ ଚଳାଚଳ କରିବା ପାଇଁ ଓଏସଆରଟିସି କର୍ତୃପକ୍ଷଙ୍କ ସହିତ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠି ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।
