ଜଗତସିଂହପୁର ଜିଲ୍ଲା ମହୋତ୍ସବ “କଲ୍ଲୋଳ” ର ଦ୍ଵିତୀୟ ସଂଧ୍ୟା

ଜଗତସିଂହପୁର, ୦୨/୦୪/୨୦୨୬ (ଓଡ଼ିଶା ସମାଚାର)- ଆଜି ଜିଲ୍ଲା ସଦର ମହକୁମାଠାରେ ଜଗତସିଂହପୁର ଜିଲ୍ଲା ମହୋତ୍ସବ କଲ୍ଲୋଳ ର ଦ୍ଵିତୀୟ ସଂଧ୍ୟା ରେ  ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ  ଅଧ୍ୟକ୍ଷତା କରି କହିଲେ ,କଲ୍ଲୋଳ ଆମ ଜିଲ୍ଲାର ସ୍ୱାଭିମାନ ଏବଂ ପଲ୍ଲୀଶ୍ରୀ ମେଳା ନାରୀ ସଶକ୍ତିକରଣକୁ ସୂଚାଏ । ଆଜି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ  କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ପାରାଦ୍ଵୀପ ବିଶୋଧନାଗାର ,ଆଇ.ଓ.ସି.ଏଲ୍,  ଶ୍ରୀଯୁକ୍ତ କୌଶିକ ବସୁ  କହିଲେ ଜିଲ୍ଲା ମହୋତ୍ସବ କଲ୍ଲୋଳ ଜିଲ୍ଲାର କଳା ସଂସ୍କୃତିର ପରିଚୟ ପ୍ରଦାନ  କରେ । ପାରାଦ୍ଵୀପ ରିଫାଇନାରୀ ଜିଲ୍ଲା ଓ ରାଜ୍ୟ ବିକାଶରେ ଏକ ସ୍ବତନ୍ତ୍ର ଭୂମିକା ଗ୍ରହଣ କରେ ଏବଂ ଯୁବପୀଢ଼ି ଙ୍କୁ ରୋଜଗାର କ୍ଷମ କରାଏ ।

ସଭାରେ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟ ବିକାଶ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଜଗତସିଂହପୁର ଶ୍ରୀଯୁକ୍ତ ଅକ୍ଷୟ ପିଲ୍ଲେ କହିଲେ କଲ୍ଲୋଳ ମହୋତ୍ସବ ଆମ ଜିଲ୍ଲାର କଳା,ସାହିତ୍ୟ ଓ ସଂସ୍କୃତି କୁ ଦର୍ଶାଏ ଏବଂ ଆମେ ଏହିଭଳି ଆଗକୁ ଆମର ସଂସ୍କୃତିକୁ ପ୍ରୋତ୍ସାହନ ଦେବା ଏବଂ ଆମ ଜିଲ୍ଲାକୁ ଉନ୍ନତି ପଥରେ ଆଗେଇ ନେବା । ପଲ୍ଲୀଶ୍ରୀ ମେଳା ମା ମାନଙ୍କୁ ରୋଜଗାର କ୍ଷମର ସୁଯୋଗ ଦେଇଛି । ତହସିଲଦାର, ବାଲିକୁଦା ଶ୍ରୀଯୁକ୍ତ ବିକାଶ ରଞ୍ଜନ ସ୍ଵାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ଶ୍ରୀ ଦିଲ୍ଲୀପ କୁମାର ଜେନା,ଜିଲ୍ଲା ସଂସ୍କୃତି ଅଧିକାରୀ ଧନ୍ୟବାଦ ଅର୍ପଣ କରି ସଭାପତି ଙ୍କ ଅନୁମତି କ୍ରମେ ସଭା ସାଙ୍ଗ କରିଥିଲେ । ଆଜି ସନ୍ଧ୍ୟା ରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ସାହିଯାତ, ଗୋଟିପୁଅ ନୃତ୍ୟ, ପଶୁମୁଖା ନୃତ୍ୟ ଓ ମ୍ୟୁଜିକାଲ ନାଇଟ ରେ ମଞ୍ଚ ପୁରି ଉଠିଥିଲା । ଏହି ସଂଧ୍ୟାରେ ଜିଲ୍ଲାର ଅଧିକାରୀ ବୃନ୍ଦ, କର୍ମକର୍ତ୍ତା, ଗଣମାଧ୍ୟମ ପ୍ରତିନିଧି ଓ ଜନ ସାଧାରଣ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *