ବିଶ୍ବ ଜଳ ଦିବସ ପାଳନ ଓ ଆଇନ୍ ସଚେତନତା ସଭା

ଯାଜପୁର,୨୧/୦୩/୨୬(ଓଡ଼ିଶା ସମାଚାର)-  ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ଅମୃତ ରଞ୍ଜନ ନନ୍ଦଙ୍କ ନିର୍ଦ୍ଦେଶ କ୍ରମେ ଦଶରଥପୁର ବ୍ଲକ୍ ଅନ୍ତର୍ଗତ ବିରଜାପୁର ଗ୍ରାମ ପଞ୍ଚାୟତ ଗୋଷ୍ଠୀ ତାଲିମ୍ କେନ୍ଦ୍ର ପରିସରରେ ବିଶ୍ୱ ଜଳ ଦିବସ ପାଳନ ସହିତ ଆଇନ୍ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ବରିଷ୍ଠ ଦେଓ୍ଵାନୀ ବିଚାରପତି ତଥା ପ୍ରାଧିକରଣ ସଚିବ ନେହା ଅଗ୍ରଓ୍ଵାଲ୍ ଅଧ୍ୟକ୍ଷତା କରିବା ସହିତ ଓଡ଼ିଶା ଉଚ୍ଚନ୍ୟାୟାଳୟଙ୍କ ପରାମର୍ଶ କ୍ରମେ ଜଟିଆ ହେମ୍ବ୍ରମ୍ ବନାମ ଓଡ଼ିଶା ରାଜ୍ୟ ସରକାର ମାମଲା ସଂଖ୍ୟା ୧୮୩/୨୦୨୫ ଜେସିଆରଏଲଏସ୍ ବିଷୟରେ ସବିଶେଷ ଆଲୋଚନା କରିଥିଲେ ।

ଅତିଥି ଆଲୋଚକ ଭାବେ ଯାଜପୁର ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ନିଉଟନ ଦାସ, ସିଡିପିଓ ଶାନ୍ତିଲତା ସେଠୀ ଓ ଡିଏସଓ କୁମାରସେନ୍ ସେନାପତି ପ୍ରମୁଖ ଯୋଗଦେଇ ବାୟୁ ଜଳ ପରିବେଶ ପ୍ରଦୂଷଣ ଓ ନିୟନ୍ତ୍ରଣ, ବିବିଧ ପରିବହନ ଆଇନ୍ ଉପଭୋକ୍ତା ସେବା, ବାଲ୍ୟବିବାହ ନିରୋଧ ଆଇନ ଏବଂ ଏହାର ପ୍ରୟୋଗ, ଜଳଦିବସର ମହତ୍ତ୍ଵ ସମ୍ଵନ୍ଧରେ ଆଲୋଚନା କରିଥିଲେ। ପ୍ରାଧିକରଣ ପ୍ରାକ୍ତନ ସଦସ୍ୟ ତଥା ସାମାଜିକ କାର୍ଯ୍ୟକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଚଳିତ ୨୦୨୬ ବର୍ଷ ପାଇଁ ଜଳଦିବସ ପାଳନର ଥିମ୍ “ଓ୍ବାଟର୍ ଫର୍ ପିସ୍” ସମ୍ଵନ୍ଧରେ ଆଲୋକପାତ କରିଥିଲେ। ସ୍ଥାନୀୟ ବିରଜାପୁର ଗ୍ରାମପଞ୍ଚାୟତ ସରପଞ୍ଚ ନିରାକର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପ୍ରାଧିକରଣ କର୍ମଚାରୀ ଓ ଗୋଷ୍ଠି ତାଲିମ୍ କେନ୍ଦ୍ରର କର୍ମୀମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *