ନିମାପଡ଼ା ପ୍ରେସ୍ କ୍ଲବ୍ ପକ୍ଷରୁ ପଖାଳ ଦିବସ ପାଳିତ

ନିମାପଡ଼ା,୨୧/୦୩/୨୦୨୬ (ଓଡ଼ିଶା ସମାଚାର)- ନିମାପଡ଼ା ପ୍ରେସ କ୍ଳବ୍ ଓ ସ୍ୱେଚ୍ଛାସେବୀ ସଂଗଠନ ସେଲ୍ଫ ଏଁନପାୱାରର୍ମେଣ୍ଟ ଗ୍ରୁପ୍  ମିଳିତ ସହଯୋଗରେ ସ୍ଥାନିୟ ସାଇ ଲୋଟସ ମଣ୍ଡପ ଠାରେ ପଖାଳ ଦିବସ ପାଳିତ ହୋଇଯାଇଛି।  ଆମର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କର ପ୍ରିୟ ଖାଦ୍ୟ ହେଉଛି ପଖାଳ । ଜଗନ୍ନାଥଙ୍କ ବଡ଼ସିଂହାରରେ ଦହି ପଖାଳ ଭୋଗ ଲାଗି କରାଯାଇଥାଏ। ଏହି ସୁସ୍ୱାଦୁ ପଖାଳ ପାଇଁ ଓଡ଼ିଆ ଜାତି ଗର୍ବିତ।   ନିମାପଡା ପ୍ରେସ୍ କ୍ଲବ୍ ଦ୍ୱାରା ଆୟୋଜିତ ପଖାଳ ଦିବସରେ ଦହି ପଖାଳ ସାଙ୍ଗକୁ ପାରମ୍ପରିକ ଓଡ଼ିଆ ଘରର ଖାଦ୍ୟ ବଡି ଚୁରା, ଆଳୁ ଚଟଣି, ଶାଗ ଭଜା, ବାଇଗଣ ପୋଡା, ଶୁଖୁଆ ଚଟଣି, ସଜନା ଛୁଇଁ ଭଜା, ଇତ୍ୟାଦି ଗାଁ ଗହଳିର ଖାଦ୍ୟସବୁ ପ୍ରସ୍ତୁତ କରାଯାଇଥିଲା।

ଏହି ସମାରୋହରେ ମୁଖ୍ୟ ଅତିଥି ରୁପେ ଡଃ ଦିଲ୍ଲୀପ କୁମାର ପଟ୍ଟନାୟକ, ନିମାପଡ଼ା ତହସିଲଦାର  ମନୋଜ କୁମାର ପ୍ରଧାନ, ଶିକ୍ଷାବିତ ଯୋଗେନ୍ଦ୍ର ଚନ୍ଦ୍ର ମିଶ୍ର ଓ ବସନ୍ତ କୁମାର ମହାନ୍ତି ଅତିଥି ଭାବେ ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ,ଏନ ଏ ସି ଉପାଧ୍ୟକ୍ଷ ସନ୍ତୋଷ ଦାଶ, ଏସଡିପିଓ ଜନାର୍ଦ୍ଦନ ପାଢ଼ୀ,ଆଇସିସି ସମରେନ୍ଦ୍ର ପାଇକରାୟ, ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଶକ୍ତି ପ୍ରସାଦ ଦାଶଙ୍କ ସମେତ ବହୁ ପଦସ୍ଥ ଅଧିକାରୀ ଓ ବୁଦ୍ଧିଜୀବି, ପ୍ରେସ କ୍ଲବର ଉପସଭାପତି ପୁର୍ଣ ଚନ୍ଦ୍ର ମହାପାତ୍ର ସମ୍ପାଦକ ରମାକାନ୍ତ ବେହେରା, ସାମ୍ବାଦିକ ପ୍ରଫୁଲ୍ଲ କର, ଶରତ ସେନାପତି,ମାନସ ଦାସ, ପ୍ରଦ୍ୟୁମ୍ନ ବେହେରା, ସଞ୍ଜୟ ପତି, ବିଶ୍ବଜିତ ମିଶ୍ର, ସନ୍ତୋଷ ବରାଳ ଓ ମହୋନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲାବେଳେ ୱାଟକୋର ଧର୍ମେନ୍ଦ୍ର ପଟ୍ଟନାୟକ, ଫାର୍ମାସିଷ୍ଟ ଆଇ. ତ୍ରିନାଥ ପାତ୍ର, ପ୍ରମୁଖ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ପଖାଳର ମଜା ନେବା ସହ ବିଶ୍ଵ ଦରବାରରେ ଓଡ଼ିଆ ଖାଦ୍ୟ ପଖାଳ ଆଗାମୀ ଦିନରେ ଅଧିକରୁ ଅଧ‌ିକ ଆଦୃତ ହେବ ବୋଲି ମତପ୍ରକାଶ କରିଥିଲେ।

ପ୍ରେସ୍ କ୍ଲବ୍ ସଭାପତି ଅକ୍ଷୟ କୁମାର ବେହେରା ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ଅବସରରେ ରାୟରାମାନନ୍ଦ ସ୍ମୃତି ପରିଷଦର ସଭାପତି ଶ୍ରୀ ଜଗନ୍ନାଥ ପ୍ରତିଷ୍ଠାନର ଭାରତ ସଭାପତି ତଥା ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ଡ଼ଃ ଦିଲ୍ଲୀପ କୁମାର ପଟ୍ଟନାୟକଙ୍କୁ ପ୍ରେସ କ୍ଳବ୍ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା।

Leave a Reply

Your email address will not be published. Required fields are marked *