କିଶନନଗର ପୋଲିସକୁ ଚୋରଙ୍କ ଖୋଲା ଚାଲେଞ୍ଜ, ଚୋରି ବୃଦ୍ଧି ଯୋଗୁଁ ଜନସାଧାରଣ ଅସୁରକ୍ଷିତ 

କଟକ ସଦର ,୦୭/୦୩/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) କିଶନନଗର ଥାନା ଅଞ୍ଚଳରେ ଆଜକୁ କିଛିଦିନ ହେଲା ଏକପ୍ରକାର ଚୋରି କ୍ରମାଗତ ଭାବେ ଲାଗି ରହିଥିବାରୁ ଜନସାଧାରଣ ନିଜକୁ ଆଉ ସୁରକ୍ଷିତ ମଣୁନାହାନ୍ତି। ଏହା ଠାଉରୀଆ ଚୋରଙ୍କ ପୋଲିସ କୁ ଖୋଲା ଚାଲେଞ୍ଜ ବୋଲି ସାଧାରଣରେ ଆଲୋଚନା ହେଉଛି। ପ୍ରକାଶ ଯେ ଅଳ୍ପଦିନ ତଳେ ପ୍ରହରାଜପୁର ନାରଦାରୁ ଜଣଙ୍କ ଘରେ କଳାକନା ବୁଲାଇଥିଲେ।

ଏହାର କିଛିଦିନ ପରେ ଯଶପଡା ରୁ ଚୋରି ହୋଇଥିବା ଅଭିଯୋଗ ପରେ ଥୋରିଆପଡା ରେ ସମସୁଲ ଙ୍କ ଘର କବାଟ ତାଲା ଭାଙ୍ଗି ଘରୁ ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଚୋର ମାନେ ଲୁଟି ନେଇଥିଲେ। ସେହିପରି ଗତ ଗୁରୁବାର ରାତିରେ ସେହି ଥୋରିଆପଡାର ହୁସନାରା ଵେଗମଙ୍କ କୋଲପ ଭାଙ୍ଗି ଚୋର ମାନେ ଏକାପରି ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏହା କେବଳ ସ୍ଥାନୀୟ ଠାଉରିଆ ଚୋରଙ୍କ କାମ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ତୁରନ୍ତ ଜନସାଧାରଣଙ୍କ ଆସ୍ଥାଭାଜନ ପାଇଁ ପୋଲିସ ପ୍ରଶାସନ ଚୋର ମାନଙ୍କୁ ଧରିବାରେ ତତ୍ପର ହେବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *