ଭୁବନ ୦୨/୦୩/୨୦୨୬ (ଓଡ଼ିଶା ସମାଚାର)-ଢେ଼ଙ୍କାନାଳ ଜିଲ୍ଲା ଭୁବନ ମହିଳା ମହାବିଦ୍ୟାଳୟରେ ଗତ ରବିବାର ଠାରୁ ଆରମ୍ଭ ହୋଇଥିବା ଦୁଇ ଦିନିଆ ଜାତୀୟ ସେମିନାର ଆଜି ସୋମବାର ଅପରାହ୍ନ ରେ ଉଦଯାପିତ ହୋଇଯାଇଛି।
ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଙ୍କ ସଭାପତିତ୍ବ ଓ ରାଜନୀତି ବିଜ୍ଞାନ ମୁଖ୍ୟ ତଥା କାର୍ଯ୍ୟକ୍ରମ ଆବାହକ ଅଧ୍ୟାପିକା ଡଃ ମମତା ପାତ୍ର ଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ରାଜା ମଧୁସୂଦନ ଦେବ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ପ୍ରଶାନ୍ତ ରାଉତ ମୁଖ୍ୟ ଅତିଥି ଓ ଅଖିଳ ଭାରତୀୟ ଜନଜାତି ପ୍ରମୁଖ ପ୍ରମୋଦ ରାଉତ ମୁଖ୍ୟବକ୍ତା ଭାବେ ଯୋଗଦେଇ ଜନଜାତି ମହିଳା ମାନଙ୍କୁ ସଶକ୍ତିକରଣ ପାଇଁ ସମାଜର ପ୍ରତ୍ୟେକ ବର୍ଗ ଆଗେଇ ଆସିବା ଦରକାର ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ଡଃ ପ୍ରମିଳା ଦାସ, ଡଃ ନମିତା ଦାସ, ପ୍ରଣତୀ ବେହେରା, ହର୍ଷିତା ସ୍ୱାଇଁ, ଅଧ୍ୟାପକ ରାଜୀବ ବେହେରା, ସଙ୍ଗୀତ ନନ୍ଦ ପ୍ରମୁଖ ନିଜେ ନିଜର ସନ୍ଦର୍ଭ ପାଠ କରିବା ସହ ଆଲୋଚନା କରିଥିଲେ। ଶେଷରେ ଅଧ୍ୟାପକ ପ୍ରଶାନ୍ତ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।
