କଟକ ସଦର,୧୬/୦୨/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ନିଜର ପାରମ୍ପରିକ ମହିଳା ଭୋଟ ବ୍ୟାଙ୍କକୁ ନିଜ ଆଡକୁ ଭିଡ଼ିବାକୁ ବିଜେଡ଼ି ଗଢିଛି ବିଶାଳ ଜୁମ୍ଵୋ ମହିଳା ଟିମ୍। ଏଥିରେ ୨୬ ଜିଲ୍ଲା ପାଇଁ ନୂଆ ମହିଳା ସଭାପତି, ରାଜ୍ୟ କମିଟିରେ ୧୮ ଜଣ ବରିଷ୍ଠ ଉପସଭାପତି,୪୬ ଉପସଭାପତି ଓ ୫୧ ଜଣ ସାଧାରଣ ସଂପାଦକଙ୍କୁ ନିଯୁକ୍ତି ମିଳିଛି।
ଏଥିରେ କଟକ ଜିଲ୍ଲା ମହିଳା ବିଜେଡ଼ି ସଭାପତି ଭାବେ କଟକ ମହାନଗର ନିଗମ (ସିଏମଡି)ର ପୂର୍ବତନ ମେୟର ଅନିତା ବେହେରା ଙ୍କୁ ନିଯୁକ୍ତି ମିଳିଥିବା ବେଳେ କଟକ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ତଥା କିଶନନଗର ୭ ନମ୍ବର ଜିଲ୍ଲା ପରିଷଦ ଜୋନ୍ ର ସଭ୍ୟା ସୁଭଦ୍ରା ଦାସ ଙ୍କୁ ରାଜ୍ୟ ମହିଳା ବିଜେଡ଼ି ର ବରିଷ୍ଠ ଉପଦେଷ୍ଟା ଭାବେ ରଖାଯାଇଛି।
ଏହି ନୂତନ ନିଯୁକ୍ତି ପାଇବା ପରେ ଜିଲ୍ଲା ସଭାପତି ଅନିତା ବେହେରା ରାଜ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ସହିତ ଆଜି ସୋମବାର ଦିନ ଜିଲ୍ଲା ପାର୍ଟି କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ପ୍ରଫୁଲ୍ଲ ସିଂହ ଙ୍କୂ ସୈ।ଜନ୍ୟମୂଳକ ସାକ୍ଷାତ କରି ସମ୍ବର୍ଦ୍ଧିତ କରିଛନ୍ତି। ସୂଚନାଯୋଗ୍ୟ ଯେ ଅନିତା ମେୟର ହେବାର ଅଳ୍ପ ଦିନ ପରେ ଏକ ବିବାଦୀୟ ଘଟଣାରେ ମେୟର ପଦ ସହିତ କର୍ପୋରେଟର ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ।
