ଅକ୍ଷମ ଯୁବକଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରି ପ୍ରଶଂସା ସାଉଁଟିଲା ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ

କଟକ ସଦର,୧୬/୦୨/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ପକ୍ଷରୁ ଜନୈକ ଅକ୍ଷମ ଯୁବକଙ୍କୁ ସ୍ବାବଲମ୍ବୀ ହେବା ପାଇଁ ଟ୍ରାଇ ସାଇକେଲ ପ୍ରଦାନ କରି ପ୍ରଶଂସା ସାଉଣ୍ଟିଥିଵା ଜଣାପଡିଛି। ପ୍ରକାଶ ଯେ ୪୨ ମୈ।ଜା ଦହି ଗାଁ ର ସୁମନ ଭୋଇ କିଛି ଦିନ ତଳେ ଏକ ସଡ଼କ ଦୁର୍ଘଟଣାର ଶୀକାର ହୋଇ ଚଳପ୍ରଚଳ ର କ୍ଷମତା ହରାଇ ବସିଥିଲେ।

ଏ ସମ୍ପର୍କରେ ଖବର ପାଇ ସଂଗଠନ ର ସଭାପତି ସମାଜସେବୀ ଶିକ୍ଷାବିତ ପ୍ରଫେସର ମନୋଜ ନାୟକ ସୁମନ ଙ୍କୁ ଏକ ଟ୍ରାଇ ସାଇକେଲ ସହ ସହାୟତା ପ୍ରଦାନ କରିଛନ୍ତି। ଏଥିରେ ସଂଗଠନ ର ବରିଷ୍ଠ ଉପଦେଷ୍ଟା ଵିଜୟ ନାୟକ, ପ୍ରତିଷ୍ଠାତା ସଭ୍ୟ ସୂଦର୍ଶନ ଜେନା ଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *