କଟକ ସଦର,୧୬/୦୨/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଆୟତପୁର ପଞ୍ଚାୟତରେ ଅବସ୍ଥିତ ପ୍ରାଚୀନ ତଥା ପ୍ରସିଦ୍ଧ ଶୈବପୀଠ ନାଗେଶ୍ଵରନାଥ ଙ୍କ ମନ୍ଦିର ବେଢ଼ାରେ ସବୁ ବର୍ଷ ପରି ୬୪ ତମ ପାରମ୍ପରିକ ଯଜ୍ଞୋତ୍ସଵ ୫ ଦିନ ଧରି ଯାଜ୍ଞିକ ବ୍ରାହ୍ମଣ ଓ ପଣ୍ଡିତ ମାନଙ୍କ ଦ୍ଵାରା ଅନୁଷ୍ଠିତ ହୋଇ ଆଜି ସୋମବାର ଦିନ ଉଦଯାପିତ ହୋଇଯାଇଛି। ଏହି ଉପଲକ୍ଷେ ବେଢ଼ାରେ ଅଷ୍ଟମ ପ୍ରହର ନାମଯଜ୍ଞ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରିଚାଳନାରେ ଯଜ୍ଞ କମିଟି ସଭାପତି ଲୋକନାଥ ଓଝା, କାର୍ଯ୍ୟକାରୀ ସଭାପତି କୃଷ୍ଣ ଚନ୍ଦ୍ର ମହାପାତ୍ର, ସଂପାଦକ ରବି ନାରାୟଣ ଜେନା, ଗୋକୁଳ ଚନ୍ଦ୍ର ପ୍ରଧାନ ଓ ସମସ୍ତ ସଦସ୍ୟ ମାନଙ୍କ ସହିତ ଅଞ୍ଚଳବାସୀ ସହାୟତା କରିଥିଲେ।
ନାଗେଶ୍ଵରନାଥ ଙ୍କ ଯଜ୍ଞୋତ୍ସଵ ଉଦଯାପିତ
