ଏକତରଫା ପ୍ରେମରେ ବିଫଳ ହୋଇ ମହିଳା ଙ୍କ ୱାସ୍ ରୁମ୍ ରେ ହିଡେନ୍ କ୍ୟାମେରା ଖଞ୍ଜିଥିଲା ଜଣେ କର୍ମଚାରୀ

ନିଲମ୍ବିତ ଓ ଗିରଫ ହେଲା ସମ୍ପୃକ୍ତ କର୍ମଚାରୀ
ଜଗତସିଂହପୁର,୩୧/୦୫/୨୦୨୬ (ଓଡ଼ିଶା ସମାଚାର)- ଜଗତସିଂହପୁର ଡିଆରଡିଏ କାର୍ୟ୍ୟାଳୟ ର ମହିଳା ଙ୍କ ୱାସ୍‌ ରୁମ୍‌ ରୁ ହିଡେନ୍ କ୍ୟାମେରା ଜବତ ଘଟଣାରେ ଜଗତସିଂହପୁର ଏସ୍ ପି  ଚାଞ୍ଚଲ୍ୟକର ତଥ୍ୟ ରଖିଛନ୍ତି । ଏ ନେଇ ପ୍ରେସମିଟ୍ କରି ରୋଚକ ତଥ୍ୟ ଦେଇଛନ୍ତି  ଏସ୍ ପି ଅଙ୍କିତ ବର୍ମା ।

ଜଗତସିଂହପୁର ଡିଆରଡିଏ କାର୍ୟ୍ୟାଳୟର ଜନୈକା ମହିଳା କର୍ମଚାରୀଙ୍କୁ ଏକତରଫା ପ୍ରେମ କରି ବିଫଳ ହେବାପରେ ଏପରି କରିଥିଲା ଅଭିଯୁକ୍ତ । ଅଭିଯୁକ୍ତ ଜୁନିୟର କ୍ଲର୍କ ସଞ୍ଜୟ ଅଧେଖାକୁ ଶନିବାର ତିର୍ତ୍ତୋଲ ପୋଲିସ ଗିରଫ କରିବା ପରେ ଜିଲ୍ଲାପାଳ ତାଙ୍କୁ କାର୍ୟ୍ୟରୁ ନିଲମ୍ବନ କରିଥିଲେ । ଏରସମା ନୂଆଗାଁର ସଂଜୟ ଗତ କିଛି ବର୍ଷ ହେଲା ଏହି କାର୍ୟ୍ୟାଳୟରେ କାର୍ୟ୍ୟ କରୁଥିଲେ ।ପୋଲିସ ଅଭିଯୁକ୍ତ ଠାରୁ ହିଡେନ କ୍ୟାମେରା ସହ ଏକ ମୋବାଇଲ, ପେନ୍ ଡ୍ରାଇଭ୍ ଓ ସିସିଟିଭି ହାର୍ଡ ଡିସ୍କ ଜବତ କରିଛି ।ୟୁଟ୍ୟୁବ୍ ଦେଖି ଅନଲାଇନ୍ ରେ ମଗାଇଥିଲା ହିଡେନ୍ କ୍ୟାମେରା । ମାର୍ଚ୍ଚ ମାସରୁ ଲଗାଇଥିଲା କ୍ୟାମେରା, ସପ୍ତାହକୁ ଥରେ ଚାର୍ଜ କରୁଥିଲା । ସପ୍ତାହକୁ ଥରେ ଚାର୍ଜ କରି ପୁଣି ସେହି ସ୍ଥାନରେ ଲଗାଉଥିଲା କ୍ୟାମେରା ।


ଶୌଚାଳୟରେ ଏହାକୁ ଫିଟିଂ କରିବା ସହ ସ୍ୱତନ୍ତ୍ର ଆପ୍ଲିକେସନ୍ ଲୋଡ୍ କରି ନିଜ ମୋବାଇଲ ଫୋନରେ ରେକର୍ଡିଂ କରୁଥିଲେ । ଗତ ୨୫ ତାରିଖରେ ଶୌଚାଳୟ ଚଟାଣରେ ସ୍ପାଏ କ୍ୟାମେରା ଖସିପଡ଼ିଥିଲା । ଜଣେ ମହିଳା ଅଧିକାରୀ ଏହାକୁ ଦେଖି ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ । ଭାରପ୍ରାପ୍ତ ଅତିରିକ୍ତ ଇଓ ଗିରିଜା ଶଙ୍କର ମଲ୍ଲିକ୍ ଏନେଇ ତୁରନ୍ତ ତିର୍ତୋଲ ଥାନାରେ ଏତଲା ଦେଇଥିଲେ । ପୁଲିସ ସ୍ପାଏ କ୍ୟାମେରାକୁ ଜବତ କରି ସାଇବର ସେଲକୁ ପଠାଇଥିଲେ । କାର୍ୟ୍ୟାଳୟର ସିସିଟିଭି ଫୁଟେଜ୍ ଯାଞ୍ଚ ପରେ ସନ୍ଦେହ ଘେରକୁ ଆସିଥିଲେ କନିଷ୍ଠ ରାଜସ୍ବ ସହାୟକ ସଞ୍ଜୟ ଆଧେକ । ଅଧିକ ଖୋଳତାଡ଼ ପରେ ପ୍ରମାଣକୁ ଆଧାର କରି ପୁଲିସ ସଞ୍ଜୟକୁ ଗିରଫ କରିଛି । ଜିଲ୍ଲାପାଳ ଅଭିଯୁକ୍ତ ସଞ୍ଜୟଙ୍କୁ ନିଲମ୍ବିତ କରିଛନ୍ତି ।

Leave a Reply

Your email address will not be published. Required fields are marked *