ଶିବ ମନ୍ଦିର ରେ ପ୍ରବଳ ଭିଡ଼

ଲକ୍ଷ୍ମୀପୁର୧୫/୦୨/୨୬ (ଓଡିଶା ସମାଚାର/ପ୍ରମୋଦ କୁମାର ଜେନା)-ଆଜି ଶିବ ରାତ୍ର, ଭକ୍ତ ଓ ଭଗବାନ ଙ୍କ ଅପୂର୍ବ ମିଳନର ଦିନ।ଏହି ପବିତ୍ର ଦିନ ପାଇଁ ପ୍ରତ୍ୟେକ ଶୈବ ପୀଠରେ ପ୍ରବଳ ଭିଡ଼। ଭକ୍ତ ଙ୍କ ପ୍ରବଳ ଗହଳି ସାଙ୍ଗକୁ ଭଜନ କୀର୍ତନ ସାଙ୍ଗକୁ ଶିବ ମନ୍ତ୍ରରେ ମନ୍ଦିର ପ୍ରାଙ୍ଗଣ ଉଠୁଛି ପଡୁଛି।

ଲକ୍ଷ୍ମୀପୁର ବ୍ଲକ୍ ରେ ଥିବା ଉପର ଦୋରା ସାହି ଶିବ ମନ୍ଦିର,ଘୋଡା ଟିକିରି,ଧରଡା,କରଗୁଡା,ମଣ୍ଡଳଗୁଡା ଶିବ ମନ୍ଦିର ସମେତ ପ୍ରସିଦ୍ଧ କୁଟୁଣୀ ପଦର,ଖଜୁରିପୁଟ, କାପସିପୁଟ,ଆମ୍ବଳି ଆମ୍ବଗୁଡା ଆଦି ଶୈବ ପୀଠରେ ଭକ୍ତଙ୍କ ସମାଗମ ପାଇଁ ସାରା ବ୍ଲକ୍ ଉତ୍ସବ ମୁଖର ହୋଇ ଉଠିଛି।ଏଇ କ୍ଷେତ୍ରରେ ମହିଳା ମାନେ ସନ୍ଧ୍ୟାରୁ ମନ୍ଦିର ପ୍ରାଙ୍ଗଣରେ ଦୀପ ଜାଳି ମହାଦୀପ ଉଠିବା ଯାଏଁ ଅପେକ୍ଷା କରି ବସି ରହିଥିବା ଦେଖିବାକୁ ମିଳିଛି। ଏଥିସହ ରାତ୍ର ଉଜାଗର ପାଇଁ ପ୍ରତ୍ୟେକ ଶୈବ ପୀଠ ପାଖରେ ଦେସିଆ ନାଟକ ର ଆୟୋଜନ କରାଯାଇଛି।

Leave a Reply

Your email address will not be published. Required fields are marked *