ସାଇବର ଅପରାଧ ଓ ଶିଶୁ ଯୌନ ନିର୍ଯ୍ୟାତନା ନିରୋଧ ଆଇନ ସମର୍କିତ ସଚେତନତା ଶିବିର

ଭୁବନେଶ୍ୱର,୦୭/୦୨/୨୦୨୬(ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଶିଶୁଙ୍କ କ୍ଷେତ୍ରରେ ଯୌନ ଶୋଷଣ, ବାଲ୍ୟ ବିବାହ ତଥା ସାଇବର ଅପରାଧ ଦିନକୁ ଦିନ ବଢୁଥିବା କାରଣକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଖୋର୍ଦ୍ଧାଙ୍କ ନିର୍ଦ୍ଧେଶ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଖୋର୍ଦ୍ଧା ଆନୁକୁଲ୍ୟରେ ଆଜି ୟୁନିଟ -୨ ସ୍ଥିତ ସରକାରୀ ବାଳିକା ଉଚ୍ଛ ବିଦ୍ୟାଳୟରେ ସାଇବର ଅପରାଧ ଓ ଶିଶୁ ଯୌନ ନିର୍ଯ୍ୟାତନା ନିରୋଧ ଆଇନ ସମର୍କିତ ସଚେତନତା ଶିବିର ଅନୁଷ୍ଠିତ ହୋଇଛି।

ଏହି ଶିବିରକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସବିତା କୁମାରୀ ପରିଡ଼ା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ବାଣୀଶ୍ରୀ ପଟ୍ଟନାୟକ ଉକ୍ତ ଶିବିରର ନିଜର ଆଭିମୁଖ୍ୟ ପ୍ରଦାନ କରିବା ସହିତ ୧୪ ରୁ ୧୮ ବର୍ଷ ର ପିଲା ମାନେ କିପରି ଯୌନ ଶୋଷଣର ଶିକାର ହେଉଛନ୍ତି ଏବଂ ଏହାକୁ ରୋକିବ ପାଇଁ ପୋକ୍ସୋ ଆଇନ ଥିଲେ ମଧ୍ଯ ପିଲା ମାନଙ୍କ ମଧ୍ୟରେ ସଚେତନତା ଅଭାବରୁ ବହୁତ ପିଲାମାନେ ଏହାର ଶିକାର ହେଉଛନ୍ତି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଳା ଶିଶୁ ସୁରକ୍ଷା ୟୁନିଟର ପ୍ରୋବସନ ଅଧିକାରୀ ସୌମେନ୍ଦ୍ର ନାୟକ ସାଇବର ଅପରାଧ କବଳରୁ ପିଲା ମାନେ କିପରି ନିବୃତ୍ତ ହେବେ ଏହା ଉପରେ ସଚେତନ କରାଇଥିଲେ ।

ଏହି ଶିବିରରେ ବିଦ୍ୟାଳୟର ନବମ ଶ୍ରେଣୀରୁ ୬୦ରୁ ଉର୍ଦ୍ଧ୍ବ ପିଲାମାନେ ଅଂଶଗ୍ରହଣ କରିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସାମାଜିକ କର୍ମୀ ତଥା ଏସଜେପିୟୁର ସଭ୍ୟ ରଞ୍ଜନ କୁମାର ଗୋଛାୟତ, ବିଜ୍ଞାନ ଶିକ୍ଷକ ଗିରିଜା ଶଙ୍କର କୁଣ୍ଡ ଏବଂ ଶିକ୍ଷୟତ୍ରୀ ସ୍ମିତା ମହାନ୍ତି ଓ କଲ୍ୟାଣୀ ମିଶ୍ର ପ୍ରମୁଖ  ଶିବିର ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *