ବ୍ଲକ ପ୍ରଶାସନତରଫରୁ ସାମୁହିକ ‘ବନ୍ଦେ ମାତରମ୍” ଗାନ 

ଭୁବନ ୧୨/୦୧/୨୦୨୬ (ଓଡ଼ିଶା ସମାଚାର)- ରାଷ୍ଟ୍ରୀୟ ସଂଗୀତ “ବନ୍ଦେ ମାତରମ” ର ୧୫୦ ତମ ବାର୍ଷିକୀ ପାଳନ ଅବସରରେ ଭୁବନ ବ୍ଲକ ପ୍ରଶାସନ ତରଫରୁ ହାଇସ୍କୁଲ ପଡ଼ିଆରେ ସାମୁହିକ ବନ୍ଦେ ମାତରଂ ଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ଆୟୁଷୀ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଉତ୍ସବରେ ଆତ୍ମ ନିର୍ଭରଶୀଳ ଭାରତ ସ୍ବଦେଶୀ ସଂକଳ୍ପ ପତ୍ର ଶପଥ ପାଠ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ବିଡ଼ିଓ ଅଶୋକ କୁମାର ମିଶ୍ର ଙ୍କ ସମେତ ସହକାରୀ ନିର୍ବାହୀ ଯନ୍ତ୍ରୀ,ସହକାରୀ ଯନ୍ତ୍ରୀ,କନିଷ୍ଠ ଯନ୍ତ୍ରୀ ଙ୍କ ସମେତ ସମସ୍ତ କର୍ମଚାରୀ ଙ୍କ ସମେତ ପ୍ରାୟ ୫ ଶହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା , ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନେ ଯୋଗଦେଇ ସାମୁହିକ ବନ୍ଦେ ମାତରଂ ଗାନ କରିଥିଲେ ।

Leave a Reply

Your email address will not be published. Required fields are marked *