ଭୁବନେଶ୍ୱର,୦୬/୦୧/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଅର୍ଥ ବିଭାଗ ସମାଜର ବିଭିନ୍ନ ବର୍ଗର ପ୍ରତିନିଧିମାନଙ୍କର ମତାମତ ନେଇ ବଜେଟର ପୂର୍ବ ପ୍ରସ୍ତୁତି କରି ଆସୁଛନ୍ତି । ବିଗତ ବର୍ଷ ମାନଙ୍କରେ ବଜେଟ୍ ପ୍ରସ୍ତୁତିକୁ ସୂଚନା ଓ ପ୍ରସାରଣ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଅଧିକ ଉନ୍ମୁକ୍ତ ଓ ସହଭାଗିତା ଭିତ୍ତିରେ କରାଯାଇଅଛି ଏବଂ ଏଥିପାଇଁ ଅର୍ଥ ବିଭାଗ ଏକ ସ୍ଵତନ୍ତ୍ର ୱେବ୍ ପୋର୍ଟାଲ୍ ଜରିଆରେ e-mail, Whatsapp ଓ SMS ମାଧ୍ୟମରେ ମତାମତ ସଂଗ୍ରହ କରିଥିଲେ । ବଜେଟ୍ ସଂକ୍ରାନ୍ତୀୟ ସମସ୍ତ ଦସ୍ତାବିଜ୍ ଏହି ପୋର୍ଟାଲରେ ଉପଲବ୍ଧ ।
ବର୍ତ୍ତମାନ, 2026-27 ବର୍ଷ ବଜେଟ୍ ପ୍ରସ୍ତୁତି ପାଇଁ ଅର୍ଥ ବିଭାଗ ଜନସାଧାରଣଙ୍କ ଠାରୁ ମତାମତ ସଂଗ୍ରହ କରିବା ନିମନ୍ତେ ଏକ ନିର୍ଦ୍ଦିଷ୍ଟ ଢାଞ୍ଚାରେ ପରାମର୍ଶ ଆହ୍ଵାନ କରିଛନ୍ତି ଯାହାକି ୱେବ୍-ପୋର୍ଟାଲ୍ https://budget.odisha.gov.in/ ରେ ଉପଲବ୍ଧ। ଏହି ପରାମର୍ଶ ଗୁଡିକ ଇ-ମେଲ୍ ଦ୍ୱାରା odisha.budget@gov.in ଠିକଣାରେ ପଠାଇ ପାରିବେ। ସେହିପରି ବଜେଟ୍ ସମ୍ୱନ୍ଧୀୟ ମତାମତ WhatsApp ମାଧ୍ୟମରେ (+91)9438161111 ମୋବାଇଲ ନମ୍ବରକୁ ଏବଂ ସାମାଜିକ ଗଣମାଧ୍ୟମ X (@FdOdisha), Facebook (@FinanceOdisha) ଓ Instagram (@fdodisha) ଦ୍ୱାରା ମଧ୍ୟ ପଠାଇ ପାରିବେ । ଏହି ସୁବିଧା ୩୧ ଜାନୁୟାରୀ, ୨୦୨୬ ପର୍ୟ୍ୟନ୍ତ ଉପଲବ୍ଧ ରହିବ ।
ଜନସାଧାରଣ, ନାଗରିକ ସମାଜ, ବିଭିନ୍ନ ଅଧିବାଚକ ସଂଘ ଓ ଅନ୍ୟାନ୍ୟ ହିତାଧିକାରୀମାନଙ୍କୁ ଅନୁରୋଧ କରାଯାଉଅଛି ଯେ ଏହି ସ୍ୱତନ୍ତ୍ର ବ୍ୟବସ୍ଥାକୁ ବ୍ୟବହାର କରି ରାଜ୍ୟ ସରକାରଙ୍କର ବଜେଟ୍ ପ୍ରସ୍ତୁତି କାର୍ୟ୍ୟକ୍ରମରେ ସକ୍ରିୟ ଯୋଗଦାନ କରିବାକୁ ଅର୍ଥ ବିଭାଗ ପକ୍ଷରୁ ପ୍ରେସ୍ ଇସ୍ତାହାର ମାଧ୍ୟମରେ ଆହ୍ୱାନ କରାଯାଇଛି ।
-0-
ଅଂଶୁମାନ ସାହୁ ଲୋକସମ୍ପର୍କ ଅଧିକାରୀ, ଅର୍ଥ ବିଭାଗ ଙ୍କ ସୌଜନ୍ୟ ରୁ
