ବିଚିତ୍ରା ସେଠୀଙ୍କ ପ୍ରଥମ ବାର୍ଷିକ ଶ୍ରଦ୍ଧାଂଜଳି ସଭା

ଗରଦପୁର, ୨୫/୧୨/୨୦୨୫(ଓଡ଼ିଶା ସମାଚାର)- ଗରଦପୁର ବପ୍ଲକ୍ ମଧୁ ଶାସନ ପଂଚାୟତ ଅଧିନସ୍ଥ ସାନ ବେତରା ଗ୍ରାମରେ ସ୍ୱର୍ଗତ ବିଚିତ୍ରା ସେଠୀଙ୍କ ପ୍ରଥମ ବାର୍ଷିକ ଶ୍ରଦ୍ଧାଂଜଳି ସଭା ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ସମାଜସେବୀ କେଦାରନାଥ ସାମନ୍ତରାୟ ସଭାପତିତ୍ୱ କରିଥିଲେ । ଉତ୍ସବରେ ମୁଖ୍ୟ ଅତିଥି ଭାବେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଯୋଗଦେଇ ବିଚିତ୍ରା ସେଠୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ ।

ମୁଖ୍ୟ ବକ୍ତା ଭାବେ ପ୍ରକୃତି ବନ୍ଧୁ ସନ୍ତୋଷ ଜେନା ଓ ସମ୍ମାନୀତ ଅତିଥି ଭାବେ କଂଠ ଶିଳ୍ପୀ ବଟକୃଷ୍ଣ ପାଢ଼ୀ , ଚିକିତ୍ସକ ସୁଧାକର ଜେନା , ଶିକ୍ଷକ ସୁରେଶ ଚନ୍ଦ୍ର ମାହାଳି , ଭାସ୍କର ଚନ୍ଦ୍ର ଜେନା, ସୁନାକର ଜେନା, ସୁଶିଳା ସେଠୀ, କ୍ଷିରୋଦ ଚନ୍ଦ୍ର ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ତାଙ୍କର ପୁତ୍ର ତଥା ପୂର୍ବତନ ଜିଲା ପରିଷଦ ସଦସ୍ୟ କମଳ ଲୋଚନ ସେଠୀ ଅତିଥି ପରିଚୟ ପ୍ରଦାନ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପରେ ପରେ ଆଶୁ କବି ନରେଶ ଚନ୍ଦ୍ର ମହାନ୍ତି ସ୍ୱର୍ଗତ ବିଚିତ୍ରା ସେଠୀଙ୍କ ଜୀବନୀ ଉପରେ ଏକ କବିତା ଗାନ କରିଥିଲେ । ଏହି ସ୍କୃତି ସଭା ଅବସର ରେ ସେଠାରେ ଗୀତା ପାଠ , ଭଜନ ସମାରୋହ , ୪ର୍ଥ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ତାଙ୍କ ବଡ଼ ପୁଅ କାର୍ତିକ ସେଠୀ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *