ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ନିର୍ମାଣ ନିଗମ ଲିଃର ୨୯୨ତମ ନିର୍ଦ୍ଦେଶକ ମଣ୍ଡଳୀ ପରିଷଦ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, ୨୭/୧୦/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳ ସଂପଦ ବିଭାଗ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ନିର୍ମାଣ ନିଗମ ଲିଃ (ଓସିସିଏଲ) ର ୨୯୨ ତମ ନିର୍ଦ୍ଦେଶକ ମଣ୍ଡଳୀ ପରିଷଦ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି ।

ବୈଠକରୁ ଜଣାଯାଇଛି ଯେ, ଓସିସିଏଲ ଜରିଆରେ କାର୍ୟ୍ୟକାରୀ ହେଉଥିବା ୩୬୭୩ କୋଟିର ବିଭିନ୍ନ ପ୍ରକଳ୍ପ ନିର୍ମାଣାଧିନ ରହିଛି । ତନ୍ମଧ୍ୟରେ ମତ୍ସ୍ୟ ଓ ପ୍ରାଣୀପାଳନ, ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା, ପର୍ୟ୍ୟଟନ ଓ ଅନ୍ୟାନ୍ୟ ବିଭାଗର ୮୬ କୋଟିର ଯାନ୍ତ୍ରିକ (ମେକାନିକାଲ)କାର୍ୟ୍ୟ ଅନ୍ତର୍ଭୁକ୍ତ ଅଛି ।ପର୍ୟ୍ୟଟନ ଅଧିନରେ ହୀରାକୁଦ ଜଳଭଣ୍ଡାର ଅଞ୍ଚଳ ଏବଂ ତାହାର ପାରିପାର୍ଶ୍ୱିକ ବିକାଶ ପାଇଁ ଇଣ୍ଟିଗ୍ରେଟେଡ ଡ଼େଭଲପମେଣ୍ଟ (ସମନ୍ୱିତ ବିକାଶ) ଏବଂ ମାଷ୍ଟର୍ପ୍ଲାନର ଉନ୍ନତି କରଣ କରାଯାଇ ଲାଇଟ ଏବଂ ସାଉଣ୍ଡ ସିମ୍ଫୋନି, ଆରାଇଭାଲପ୍ଲାଜା ଏବଂ ଡ୍ୟାମ ମ୍ୟୁଜିୟମ୍ ଆଦି କାର୍ୟ୍ୟ ଓସିସିଏଲ ଦ୍ୱାରା ୧୦୦କୋଟିରୁ ଅଧିକ ମୂଲ୍ୟରେ କରାଯିବ ।

କୁଶଭଦ୍ରଅନ୍ତଃନଦୀ ଜଳାଶୟ(ଆଇଏସଏସ୍)ଜୁନ୨୦୨୬ ମଧ୍ୟରେ ସମ୍ପୂର୍ଣ୍ଣ ହେବ ଏବଂ କୁଆଖାଇ ଆଇଏସ୍ଏସ୍ ଡିସେମ୍ବର୨୦୨୬ ସୁଦ୍ଧାଶେଷ ହେବ।କୁଆଖାଇ ଓ କୁଶଭଦ୍ରା ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ସଂପୂର୍ଣ୍ଣ ହେଲେ ଭୁବନେଶ୍ୱର ନିକଟସ୍ଥ ଅଂଚଳରେ ଏକ ସୁନ୍ଦର ନଦୀପାର୍ଶ୍ୱ ଅଞ୍ଚଳ ବିକଶିତ ହେବ, ଯାହା ନଗରର ସୌନ୍ଦର୍ୟ୍ୟ ଏବଂ ପର୍ୟ୍ୟଟନ ଆକର୍ଷଣକୁ ବୃଦ୍ଧି କରିବ । ଏହି ଦୁଇ ଆଇଏସଏସ୍ ନିର୍ମାଣ ଫଳରେ ମୃତପ୍ରାୟ ପ୍ରାଚୀନଦୀ ପୁନଃଜୀବିତ ହେବ।

ବୈଠକରୁ ଆହୁରି ମଧ୍ୟ ଜଣାଯାଇଛି ଯେ, କାନୁପୁର ଡ୍ୟାମର ନିର୍ମାଣ ଶେଷ ହୋଇସାରିଛି ଏବଂ ସ୍ପିଲୱେ କାର୍ୟ୍ୟ ଅଗ୍ରଗତି ଘଟିଛି ଯାହାକି ଆଗାମୀ ଡିସେମ୍ବର୨୦୨୫ ମଧ୍ୟରେ ସଂପୂର୍ଣ୍ଣ ହେବ। ଏହା ବୈତରଣୀ ନଦୀରେ ବନ୍ୟା ନିୟନ୍ତ୍ରଣ କରିବାରେ ସକ୍ଷମ ହେବ ଏବଂ କେନ୍ଦୁଝର ଜିଲ୍ଲାର ୩୦,୦୦୦ ହେକ୍ଟର ଅଞ୍ଚଳକୁ କୃଷିପାଇଁ ଜଳସେଚନ ସୁବିଧା ପ୍ରଦାନ କରିବ।
-୦-
ପଠାଣି ରାଉତ,ଲୋକସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *