କଟକ ସଦର,୧୮/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ସ୍ଥାନୀୟ ଶଂଖପୁର ପଞ୍ଚାୟତ ସରସୁଧା ଗ୍ରାମରେ ଆଜକୁ ଦୀର୍ଘ ବର୍ଷ ହେଲା ବେଆଇନ୍ ସୁଦ୍ଧ କାରବାର କରୁଥିବା ଦୁଇ ଭାଇଙ୍କୁ ବିରିଡ଼ି ଥାନା ପୋଲିସ ଉଠାଇ ନେଇଥିବା ବେଳେ ବନ୍ଧକ ରଖିଥିବା ୪୦ ରୁ ଉର୍ଦ୍ଧ୍ବ ନାମୀଦାମୀ ମଟରସାଇକେଲ ଓ କାର୍ ସହିତ ବିପୁଳ ପରିମାଣର ସୁନା ଅଳଙ୍କାର ଜବତ କରିଥିବା ଜଣାପଡିଛି।

ପ୍ରକାଶ ଯେ ସରସୁଧା ଗ୍ରାମର ରାଜେନ୍ଦ୍ର ଭୋଳ ଓ ଅମୀୟ ଭୋଳ ଭ୍ରାତୃଦ୍ଵୟ ବେଆଇନ୍ ଭାବେ ସୁଦ୍ଧ କାରବାର କରି ମାଲେମାଲ ହେଉଥିବା ଅଭିଯୋଗ ହେଉଛି। ବେଆଇନ୍ ଭାବେ ଲୋକମାନଙ୍କ ଠାରୁ ଗାଡି ସୁନା ବନ୍ଧକ ରଖି ୠଣ ଦେଇ ଯୋର ଜବରଦସ୍ତ ସୁଦ୍ଧ ଆଦାୟ କରୁଥିବା ଅଭିଯୋଗ ହୋଇଆସୁଥିଲା। ପୋଲିସ ଭୋଳ ଭ୍ରାତୃଦ୍ଵୟ ଙ୍କୁ ଉଠାଇ ନେଇ ଥାନା ରେ ଅଟକ ରଖି ଘଟଣାର ଖୋଳତାଡ଼ କରୁଥିବା ବେଳେ ଜବତ ହୋଇଥିବା ଗାଡ଼ି ଓ ସୁନା ଚୋରା କି ନୁହେଁ ତାହା ତର୍ଜମା କରୁଥିବା ଜଣାପଡିଛି।
ସୂଚନା ଯେ ଦୁଇଦିନ ତଳେ ସିପୁର ଶଙ୍କରପୁର କାକରା ପଡିଆ ଠାରେ ସଂଗଠିତ ହେବାକୁ ଯାଉଥିବା ଏକ ଡକାୟତ ଗ୍ୟାଙ୍ଗ ଉପରେ ଚଢ଼ାଉ କରି ସେମାନଙ୍କ ଉଦ୍ୟମକୁ ପଣ୍ଡ କରିବା ସହ ୭ ଜଣଙ୍କୁ ଗିରଫ କରିଵା ସହ ସେମାନଙ୍କ ଠାରୁ ମଟରସାଇକେଲ, ମୋବାଇଲ ଫୋନ୍, ମାରଣାସ୍ତ୍ର ସହ ନଗଦ ୨ ଲକ୍ଷ ୨୫ ହଜାର ୬ ଶହ ଟଙ୍କା ଜବତ କରିବାରେ ସଫଳ ହୋଇଥିବା ଜଣାପଡିଛି।
ଏଥିରେ ଥିବା କିଶନନଗର ଥାନା ଅଞ୍ଚଳର ୫ ଜଣ ହୋଇଥିବା ବେଳେ ଵାଵୁଜଙ୍ଗ ପଞ୍ଚାୟତ ମଠସାହି ର ଦୁଇଜଣ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ବିଭିନ୍ନ ସଭାସମିତି ଓ ରାଲିରେ ନେତା ଙ୍କ ପାଖେ ପାଖେ ରହୁଥିବା ଚର୍ଚ୍ଚା ହେଉଛି।
