ଭୁବନେଶ୍ୱର, ୨୩/୦୯/୨୦୨୫(ଓଡ଼ିଶା ସମାଚାର)- ଭୁବନେଶ୍ୱରକୁ ସ୍ୱତନ୍ତ୍ର ଜିଲା କରିବା ଦାବିରେ ଭୁବନେଶ୍ୱର ରେ ଦସ୍ତଖତ ସଂଗ୍ରହ କରାଯାଇଛି । ଭୁବନେଶ୍ୱରକୁ ଏକ ସ୍ୱତନ୍ତ୍ର ଜିଲା ହେବା ଯଥାର୍ଥ ବୋଲି ମୁରବୀମାନେ ମତ ଦେଇଛନ୍ତି । ଆଜି ବୁଦ୍ଧ ମନ୍ଦିର ନିକଟରେ ଶତାଧିକ ମୁରବୀ ସାମିଲ ହୋଇ ଦସ୍ତଖତ କରିବା ସହ ଏହି ଅଭିଯାନରେ ସାମିଲ ହୋଇଥିଲେ ।
ଏଥିରେ ଶାନ୍ତି କମିଟି ସଭାପତି ଡ଼ ମଧୁମାଧବ ଜେନା, ନାରାୟଣ ମହାପାତ୍ର, ରଶ୍ମୀ ମହାପାତ୍ର, ରାଜେନ୍ଦ୍ର ସମର୍ଥା, ସଂଗ୍ରମା ପାଇକରାୟ, ନବ କିଶୋର ବେହେରା, କୃଷ୍ଟ ଚନ୍ଦ୍ର ପତି, ସମରେନ୍ଦ୍ର ସାହୁ, ଯୁଗଳକିଶୋର ସାହୁ, ହାସନ ଖାଁ, ବିଜୟ ପାତ୍ର, ସରୋଜ ମଲିକ, ଚିତ୍ରଲେଖା ଆଚାର୍ଯ୍ୟ, ଆଶାଲତା ରାଉତରାୟ, ଭୁବନେଶ୍ୱର ଜିଲା ଅଭିଯାନ ମୁଖ୍ୟ ଲିଙ୍ଗରାଜ ସାହୁ ଙ୍କ ସମେତ ଶତାଧିକ ଶତାଧିକ ମୁରବୀ ସାମିଲ ହୋଇଥିଲେ । 
ଭୁବନେଶ୍ୱରକୁ ଜିଲା ପାଇଁ ଅଭିଯାନରେ ବିଭିନ୍ନ ଅନୁଷ୍ଠାନ ମାନଙ୍କ ସମଷ୍ଟିର ସ୍ୱର ‘ମିଳିତ ମହାମଂଚ’ ପକ୍ଷରୁ ଭୁବନେଶ୍ୱର ଉପକଣ୍ଠର ଗ୍ରାମବାସୀ, ବାଲିପାଟଣା, ବାଲିଅନ୍ତା, ନଖରା, ବିଭନ୍ନ ବାଲିଯାତ୍ରା, ଭୁବେନେଶ୍ୱର କୋର୍ଟ ସମେତ ଦୁଇ ବର୍ଷହେଲା ଭୁବନେଶ୍ୱର ବିଭିନ୍ନ ପୂଜା କମିଟି ମୁରବୀଙ୍କ ସ୍ୱାକ୍ଷର ସଂଗ୍ରହ ଚାଲୁ ରହିଛି । ନିକଟରେ ସରକାରଙ୍କ ନିକଟରେ ଉପସ୍ଥାପନା କରାଯିବ ବୋଲି ନିଷ୍ପତି ହୋଇଛି ।
