ପାଟକୁରା୧୭/୦୪/୨୦୨୫ (ଓଡିଶା ସମାଚାର )- ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୮ତମ ଶ୍ରାଦ୍ଧବାର୍ଷିକ । ଆଜି ରାଜ୍ୟର ବିଭିନ୍ନ ଅଂଚଳରେ ତାଙ୍କ ଶ୍ରଦ୍ଧବାର୍ଷିକ ପାଳନ ହେଉଛି । ଏହି ଅବସରରେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ତତ୍ୱାବଧାନରେ ଆଜି ପ୍ରତ୍ୟୁଷରେ ଗରଦପୁର ବ୍ଲକ ତଳକୁସୁମା ଗ୍ରାମର ଅଧିଷ୍ଠାତ୍ରୀ ଦେଵୀ ମା ଆମ୍ବିଳେଇ ଠାକୁରାଣୀଙ୍କ ମନ୍ଦିର ପ୍ରାଙ୍ଗଣରେ ସେହି ମହାନ ଜଣନାୟକଙ୍କ ଉଦେଶ୍ୟରେ ସମୂହ ଦୀପ ଦାନ କରାଯାଇଛି ।
ଗରଦପୁର ବ୍ଳକ ଅଧ୍ୟକ୍ଷ ଅଭୟ କୁମାର ମହାରାଜ, ବିଧାୟକଙ୍କ ବ୍ଳକ ପ୍ରତିନିଧି ତଥା ବିଜେଡି ଯୁବନେତା କ୍ଷିତିଶ ଚନ୍ଦ୍ର ଦାଶ ଓ଼ ମାର୍ଶାଘାଇ ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ନବଘନ ନାୟକ ମଧ୍ୟ ଉପସ୍ଥିତ ଥିଲେ । ଏହାପରେ ତଳକୁସୁମାସ୍ଥିତ ଦଳୀୟ କାର୍ୟ୍ୟାଳୟଠାରେ ଏକ ସ୍ମୃତି ଚାରଣ ସଭାର ଆୟୋଜିତ ହୋଇଥିଲା । ବିଧାୟକ ଙ୍କ ସମେତ ଅନ୍ୟ ନେତୃମଣ୍ଡଳୀ ବ୍ଳକ ଅଧ୍ୟକ୍ଷ ଅଭୟ କୁମାର ମହାରାଜ, ଯୁବନେତା କ୍ଷିତୀଶ ଚନ୍ଦ୍ରଦାସ,ପୂର୍ବତନ ସରପଞ୍ଚ ଅଶୋକ କୁମାର ଜେନା, ପ୍ରହଲ୍ଲାଦ ସାହୁ, ବ୍ଳକ ଉପାଧ୍ୟକ୍ଷା ସୌଦାମିନୀ ଆଚାର୍ୟ୍ୟ ପ୍ରମୁଖ ବିଜୁ ବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ଓ଼ ବିଜୁ ବାବୁଙ୍କ ଗରିମା ମୟ ଜୀବନୀ ବାବଦରେ ସ୍ମୃତିଚାରଣ କରିଥିଲେ ।
ଏହାପରେ ବିଧାୟକ ଙ୍କ ତତ୍ୱାବଧାନରେ କୋରୁଆ କାମଳବେନ୍ ମେହେଟା କନ୍ୟାଶ୍ରମରେ ଅନ୍ତେବାସୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା । ସେଠାରେ କାନ୍ୟାଶ୍ରମର ପରିଚାଳକ ଶ୍ରୀକାନ୍ତ ନାୟକଙ୍କ ସମେତ ଅନ୍ୟ ସହଯୋଗୀ ମାନେ ଓ଼ ବିଧାୟକ ଙ୍କ ଡେରାବିଶ ବ୍ଳକପ୍ରତିନିଧି ମନୋରଞ୍ଜନ ଉପାଧ୍ୟାୟ ମଧ୍ୟ ଉପସ୍ଥିତ ଥିଲେ । ବିଧାୟକ ଫଳବଣ୍ଟନ କରିବାପରେ କନ୍ୟାଶ୍ରମର ପରିଚାଳନା ବିଷୟରେ ପଚାରି ବୁଝିଥିଲେ । ବିଧାୟକଙ୍କ ସହିତ ଏହି କାର୍ୟ୍ୟକ୍ରମରେ ସରପଞ୍ଚ ପ୍ରଭାତ ନଳିନୀ ଜେନା, ରଂଜିତ ପଣ୍ଡା, ପୂର୍ବତନ ସରପଂଚ ଅଶୋକ କୁମାର ଜେନା, ଭାରତ ଚନ୍ଦ୍ର ମଳିକ, ସମିତି ସଭ୍ୟ ଦିଲ୍ଲୀପ ସାହୁ, ସମାଜସେବୀ ଗଙ୍ଗାଧର ମିଶ୍ର, ସମାଜସେବୀ ନରୋତମ ପରିଡା, ବ୍ଳକ ଆତ୍ମା ଅଧ୍ୟକ୍ଷ ବାସୁଦେବ ବେହେରା, ଶ୍ୟାମସୁନ୍ଦର ରଥ, ବ୍ରଜକିଶୋର ସାହୁ, ଗୋଲେଖ ସ୍ୱାଇଁ,ପ୍ରକାଶ ସାହୁ, ରାଜେନ୍ଦ୍ରମଳିକ ଙ୍କ ସମେତ ବିଭିନ୍ନ ପଂଚାୟତର ପ୍ରତିନିଧି, ଛାମୁଆ କର୍ମୀ ଓ଼ ବିଜୁପ୍ରେ୍ମୀମାନେ ସାମିଲ ହୋଇଥିଲେ ।