ବ୍ରାଉନସୁଗାର ଜବତ,ଜଣେ ଗିରଫ

କେନ୍ଦ୍ରାପଡ଼ା, ୧୩/୦୯/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଟାଉନଥାନା ପୋଲିସ ଗୋପ ନିକଟରୁ ଜଣେ ସଦିଗ୍ଧ ଯୁବକଙ୍କ ପାଖରୁ ବ୍ରାଉନସୁଗାର ପ୍ୟାକେଟ ଜବତ୍ କରିବା ସହ ସଂପୃକ୍ତ ଯୁବକଙ୍କୁ ଗିରଫ କରିଛି । ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କେନ୍ଦ୍ରାପଡା ଟାଉନଥାନା ପୋଲିସ ଚଢାଉ କରି ଗୋପ ଗ୍ରାମର ନାରାୟଣ ପରିଡାଙ୍କ ପୁଅ ଜ୍ଞାନଦୀପ ପରିଡାଙ୍କ ପାଖରୁ ୮.୬୨ଗ୍ରାମର ବ୍ରାଉନସୁଗାର ଜବତ କରି ତାଙ୍କୁ ଗିରଫ କରିଥିଲା । ଏନେଇ ଥାନା କେଶ ନଂ ୧୯୮/୨୦୨୫ରେ ଏକ ମାମଲା ରୁଜୁ କରି ନିଶାଦ୍ରବ୍ୟ ନିରୋଧ ଆଇନର ଧାରା ୨୧(ବି)ଦଫାରେ ଜ୍ଞାନଦୀପ ପରିଡା(୩୪)ଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରାଯାଇଥିବା ଟାଉନଥାନା ଅଧିକାରୀ ଦୀଲିପ କୁମାର ସାହୁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *