ଲୋକେଶ୍ବର ସେବା ସମବାୟ ସମିତିର ବୈଠକ ଅନୁଷ୍ଠିତ

ନିରାକାରପୁର, ୧୧/୦୧/୨୦୨୪ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲା  ବୋତଳମା ଗ୍ରାମପଂଚାୟତ ଅନ୍ତର୍ଗତ ଛତ୍ରପଡା ଗ୍ରାମରେ ବୋତଳମା ପଂଚାୟତ ଅନ୍ତର୍ଗତ ଅଠରାଙ୍ଗ, କୃଷ୍ଣଦାସପୁର, ଆଖୁପଦର, ଗୌଡପାଟଣା,ଡୋଭା, ମାଣିକପୁରପାଟଣା, ବୋତଳମା, ଛତ୍ରପଡା,ବଳଭଦ୍ରପୁର ଓ ବାଦବାରବାଟୀ ମୌଜାର ଚାଷୀମାନଙ୍କୁ ନେଇ ଲୋକେଶ୍ବର ପ୍ରାଥମିକ କୃଷିଋଣ ସେବା ସମିତି ଖୋର୍ଦ୍ଧା ସହକାରୀ ନିବଂଧକ ସେବା ସମବାୟ ସମିତି ଖୋର୍ଦ୍ଧା ସର୍କଲ ଙ୍କ ଦ୍ବାରା ତା୪/୩/୦୨୩ରିଖ ଦିନ ରେଜିଷ୍ଟ୍ରେସନ୍ କରାଯାଇଛି।ଯାହାର ସଭ୍ୟସଂଖ୍ୟା ୧୬୦ଜଣ ଅଛନ୍ତି।ଚଳିତ ୨୦୨୪ମସିହାର ପ୍ରଥମବାର୍ଷିକ ଅଧିବେଶନ ସମସ୍ତ ସଭ୍ୟମାନଙ୍କୁ  ନେଇ ଛତ୍ରପଡା କଳିଙ୍ଗ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଲୋକେଶ୍ବର ପ୍ରାଥମିକ ସେବା ସମିତିର ସଭାପତି ଶ୍ରୀସୁନିଲ ସୁନ୍ଦରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସଭାରେ ଖୋର୍ଦ୍ଧା କେନ୍ଦ୍ର ସମବାୟ ସମିତି ଲିଃ ର ବେଗୁନିଆଶାଖାର ଇନଷ୍ଟ୍ରକ୍ଟର ପି.କେ.ମଲ ମୂଖ୍ୟଅତିଥି,ସମିତିର ମୂଖ୍ୟ ଉଦ୍ୟକ୍ତା ଭାଗିରଥି ଦଳସିଂହରାୟ ମୂଖ୍ୟବକ୍ତା,ସମିତିର ଭାରପ୍ରାପ୍ତ ସଂପାଦିକା ଶ୍ରୀମତି ସୁଲୋଚନା ରାଉତ,ଉପସଭାପତି ମଧୁସ୍ମିତା ବେହେରା,ନାଏବ ସରପଂଚ ସୁପ୍ରଭା ସୁନ୍ଦରାୟ,ସଭ୍ୟ ବିଶ୍ବନାଥ ସାହୁ,ସାମ୍ବାଦିକ ତ୍ରିଲୋଚନ ବାଘସିଂହ ,ଗୋବିନ୍ଦ ରଥ,ସମାଜସେବୀ ସୁଦର୍ଶନ ମଂଗରାଜ , ବାଉଦାଶ ପ୍ରମୂଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଏହି ସମିତିରେ ଥିବା ସଭ୍ୟମାନେ କିପରି କୃଷିଋଣ ସହିତ ସମବାୟ ସମିତିରୁ ମିଳୁଥିବା ସୁବିଧା ସହିତ ସ୍ବଂୟସହାୟକଗୋଷ୍ଠୀକୁ ମିଳୁଥିବା ସମସ୍ତ ସୁବିଧା ସଂପର୍କରେ ମୂଖ୍ୟଅତିଥି ଅବଗତ କରାଇଥିଲେ।ବରିଷ୍ଠ ନାଗରିକ ଧରଣୀଧର ଚଂପତି,ଗୌରାଙ୍ଗ ପାଲଟାସିଂହ, ୱାର୍ଡ ସଭ୍ୟା ତଥା ସମିତିରସଭ୍ୟା ଟିକିଲି ବାରିକଙ୍କୁ  ସମ୍ବର୍ଦ୍ଧିତ କରାଯାଇଥିଲା।ଶେଷରେ ସମିତିର ସଭ୍ୟ ବୁଦ୍ଧବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ଏହାକୁ ବିଭୁତି ଭୁଷଣ ପଟନାୟକ ଓ କଳିଙ୍ଗ କ୍ଲବର ସଦସ୍ୟମାନେ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *