କେନ୍ଦ୍ରାପଡ଼ା,୧୨/୦୮/୨୦୨୫(ଓଡ଼ିଶା ସମାଚାର)-ବାନ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କର୍କଟ ପିଡିତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସଙ୍କ ନିର୍ଦେଶ କ୍ରମେ ଟ୍ରଷ୍ଟର ଟ୍ରଷ୍ଟି ଭୁବନମୋହନ ଦାସ ଦୁହୁରିଆ କଷୋଟିସ୍ଥିତ ଗ୍ରାମରେ ପହଂଚି କୃଷ୍ଣ ମଲିକଙ୍କ ପୁଅ କର୍କଟ ପିଡିତ କୁଶ ମଲିକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ସହାୟତା ପ୍ରଦାନ ସମୟରେ ଦେବୁ ମହାନ୍ତି ଓ ଜ୍ୟୋତିରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
କର୍କଟପିଡିତଙ୍କୁ ଟ୍ରଷ୍ଟ ପକ୍ଷରୁ ସହାୟତା ପ୍ରଦାନ
