ଭୁବନେଶ୍ୱର, ୧୫ /୯/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଇନଷ୍ଟିଟ୍ୟୁସନ ଅଫ ଇଞ୍ଜିନିୟରସ ରେ ୫୭ ତମ ଇଞ୍ଜିନୀୟରସ ଦିବସ ପାଳିତ ହୋଇଯାଇଅଛି ।
ଏଥିରେ ମୁଖ୍ୟ ଅତିଥି ଭାବରେ ଓଡିଶା ବିଧାନସଭା ର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ମହୋଦୟା , ମୁଖ୍ୟବକ୍ତା ଭାବରେ ରେ ପ୍ରଫେସର ଡ଼ଃ ଧନୁଶ ଧାରୀ ମିଶ୍ର ମହୋଦୟ ,ଯୋଗ ଦେଇଥିଲେ । ଇନଷ୍ଟିଟ୍ୟୁସନ ଅଫ ଇଞ୍ଜିନିୟରସ,ଓଡିଶା ଶକ୍ଷଖା ର ଅଧ୍ୟକ୍ଷ ପ୍ରଫେସର ଡ଼ଃ ସୁଧାଂଶୁ ଶେଖର ଦାଶ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠାନର ସମ୍ପାଦକ ଇଂ ସଂଗ୍ରାମ କେଶରୀ ପଟ୍ଟନାୟକ ଉପରୋକ୍ତ କାର୍ୟ୍ୟକ୍ରମ କୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ ।
ଦୀପ ପ୍ରଜ୍ବଳନ ଓ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପରେ, ଇନଷ୍ଟିଟ୍ୟୁସନ ଅଫ ଇଞ୍ଜିନିୟରସ,ଓଡିଶା ଶକ୍ଷଖା ର ଅଧ୍ୟକ୍ଷ, ସମ୍ପାଦକ ନିଜ ନିଜ ର ବକ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ଭାରତ ରତ୍ନ ଶ୍ରୀ ଏମ. ବିଶ୍ୱଶେରିଆ ଙ୍କ ବୈଷୟିକ କ୍ଷେତ୍ର ରେ ଅବଦାନ, କାର୍ୟ୍ୟ ଶୈଳୀ ଏବଂ ଉଚ୍ଚଅଭିଳାଷ ବିଷୟରେ ଆବଶ୍ୟକତା, ଉପାଦେୟତା ଓ ଭବିଷ୍ୟତ ଉପଲବ୍ଧିତା ବିଷୟରେ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ ।
ଏହି ଇଞ୍ଜିନୀୟରସ ଦିବସ ରେ ୩୦୦ ରୁ ଉର୍ଦ୍ଧ ଇଂଞ୍ଜିନିୟର, ଶିକ୍ଷାବିତ, ଗବେଷକ, ଶିଳ୍ପଉଦଦୋଗୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ଭାଗ ନେଇଥିଲେ । ଆଜିର ଏହି କାର୍ୟ୍ୟକ୍ରମ ରେ ଇନଷ୍ଟିଟ୍ୟୁସନ ଅଫ ଇଞ୍ଜିନିୟରସ, ଓଡିଶା ଶାଖା ର ବିଭିନ୍ନ ଯାନ୍ତ୍ରିକ ବିଭାଗ ର ସଭ୍ୟବୃନ୍ଦ ଉପସ୍ଥିତ ରହି କାର୍ୟ୍ୟକ୍ରମ ଟିକୁ ସୁରୁଖୁରୁରେ ସାରିବା ପାଇଁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ପ୍ରଦାନ କରିଥିଲେ ।
ଏହି ଦିବସ ପାଳନ ଅବସରରେ ଇନଷ୍ଟିଟ୍ୟୁସନ ଅଫ ଇଞ୍ଜିନିୟରସ ର ବିଭିନ୍ନ ଯାନ୍ତ୍ରିକ ବିଭାଗ ରେ ପାରଦର୍ଶିତା ଲାଭ କରିଥିବା ବୟୋଜ୍ୟେଷ୍ଟ ଇଞ୍ଜିନିୟର ମାନଙ୍କୁ ସେମାନଙ୍କ ଜୀବନ କାଳ ର କାର୍ୟ୍ୟ ଦକ୍ଷିତା ପାଇଁ ସମ୍ବର୍ଦ୍ଧିତ କରା ଯାଇଥିଲା । ଶେଷରେ ଇନଷ୍ଟିଟ୍ୟୁସନ ଅଫ ଇଞ୍ଜିନିୟରସ,ଓଡିଶା ଶକ୍ଷଖା ର ସମ୍ପାଦକ ଇଂ ସଂଗ୍ରାମ କେଶରୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।