ଭୁବନେଶ୍ୱର,୨୫/୦୬/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସର୍ବୋଚ୍ଚ ମୁଖ୍ୟଯନ୍ତ୍ରୀ, ବିଦ୍ୟୁତ କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟ କରୁଥିବା ବିଲଡିଂ ସେଲ୍, ଇସିଏସବିସି ଅନୁପାଳନ ପାଇଁ ସିମୁଲେସନ୍ ଉପରେ ଏକ ଦୁଇଦିନିଆ ତାଲିମ ଶିବିର ସଫଳତାର ସହ ଆୟୋଜନ କରିଥିଲା।ଏହି କାର୍ଯ୍ୟକ୍ରମ ପୂର୍ତ୍ତ ବିଭାଗ ଏବଂ ଓଡ଼ିଶା ସେତୁ ନିର୍ମାଣ ନିଗମ (OBCC) ର ଅଧିକାରୀ ମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଥିଲା।

କାର୍ଯ୍ୟକ୍ରମକୁ ଶ୍ରୀମତୀ ନମିତା ମହାପାତ୍ର, ଡେପୁଟି ଚିଫ୍ ଆର୍କିଟେକ୍, ପୂର୍ତ୍ତ ବିଭାଗ ର ଉଦଘାଟନ କରିଥିଲେ, ଯିଏ କୋଠା କ୍ଷେତ୍ରରେ ଶକ୍ତି ସଂରକ୍ଷଣର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରି ମୁଖ୍ୟଅଭିଭାଷଣ ପ୍ରଦାନ କରିଥିଲେ।ଶ୍ରୀ ପ୍ୟାରୀ ମୋହନ ମିଶ୍ର,ସର୍ବୋଚ୍ଚ ମୁଖ୍ୟ ଯନ୍ତ୍ରୀ ନିଜ ବକ୍ତବ୍ୟ ରଖିଥିଲେ, ଯେଉଁଥିରେ ଶକ୍ତି ସଂରକ୍ଷଣ କୋଡ୍ର ଗୁରୁତ୍ୱ ଏବଂ ବିଲଡିଂ କ୍ଷେତ୍ର ମଧ୍ୟରେ ଅନୁପାଳନର ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଥିଲା।ସେ ରାଜ୍ୟ ସ୍ତରୀୟ ଏହି କୋଡ୍ରକାର୍ଯ୍ୟାନ୍ୱୟନ କୁ ତ୍ୱରାନ୍ୱିତ କରିବା ପାଇଁ ଅଂଶୀଦାର ମାନଙ୍କ ସହଯୋଗ ଉପରେ ଗୁରୁତ୍ୱ ଦେଇଥିଲେ।
ଅଂଶଗ୍ରହଣକାରୀ ମାନଙ୍କ ମଧ୍ୟରେ ପୂର୍ତ୍ତବିଭାଗ, OBCC ଏବଂ ଶକ୍ତି ବିଭାଗର ଅଧିକାରୀମାନେ ସାମିଲଥିଲେ।ଶକ୍ତି ଦକ୍ଷତା ବ୍ୟୁରୋ (BEE) ଦ୍ୱାରା ମନୋନୀତ ମାଷ୍ଟର ଟ୍ରେନର ଶ୍ରୀ ରାଣାପ୍ରତାପ ପୋଦ୍ଦାର ଏବଂ ଶ୍ରୀକୁମାର ବିପ୍ଳବ ଙ୍କ ଦ୍ୱାରା ଏହି ତାଲିମ ଦିଆଯାଇଥିଲା।କାର୍ଯ୍ୟକ୍ରମରେ ବାଣିଜ୍ୟିକ ଏବଂ ଆବାସିକ କୋଠାପାଇଁ ECSBC କୋଡ୍ ଅନୁପାଳନ, ବିସ୍ତୃତ ଅନୁପାଳନ ପ୍ରକ୍ରିୟା ଏବଂ ଶକ୍ତି ସିମୁଲେସନ ସଫ୍ଟୱେର ଉପରେ ତାଲିମ ଅନ୍ତର୍ଭୁକ୍ତ ହୋଇଥିଲା।
ଏହି ତାଲିମ ପଦକ୍ଷେପ SDA ର ଜାରିଥିବା ଟ୍ରେନିଂ ଯୋଜନାର ଏକ ଅଂଶ। ଶକ୍ତି ଦକ୍ଷତା ବ୍ୟୁରୋ(BEE) ଦ୍ୱାରା ପ୍ରକାଶିତ ECSBC କୋଡ ଅନୁସାରେ ଓଡ଼ିଶା ଶକ୍ତି ସଂରକ୍ଷଣ ବିଲଡିଂ କୋଡ୍ (OECBC), ଯାହା ଶକ୍ତି ବିଭାଗ ଦ୍ୱାରା ୨୦୨୨ ମସିହାରେ ଅଧିସୂଚିତ କରାଯାଇଥିଲା,ଏହାର ସଂଶୋଧନ କରିବା ଦିଗରେ ଏହା ଏକ ସ୍ୱତନ୍ତ୍ର ପଦକ୍ଷେପ।
