ରାଉରକେଲା, ୧୫/୦୬/୨୦୨୫ (ଓଡ଼ିଶା ସମାଚାର /ସସ୍ମିତା ପ୍ରଧାନ )- ସେକ୍ଟର ୧୯ ସ୍ଥିତ ଇସ୍ପାତ ଫିଟନେସ ପାଥ ଠାରେ ରଜ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଫିଟନେସ ପାଥ ର ବରିଷ୍ଠ ସଦସ୍ୟ ନିମାଇଁ ଚରଣ ରାୟ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ମହୋତ୍ସବରେ ଆରଏସପି ର କାର୍ମିକ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ବିଶ୍ବରଂଜନ ପଲେଇ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ।
ଅନ୍ୟ ଅତିଥିଙ୍କ ମଧ୍ୟରେ ଆରଏସପିର ସିଜିଏମ ଆତିଶ ସରକାର, ଆରଏସପି ଅଫିସର ସଂଘର ସଭାପତି ଅବକାଶ ବେହେରା,ସିଜିଏମ ଏତୁଆ ଓରାମ, ଚନ୍ଦ୍ରଶେଖର ଶତପଥୀ ପ୍ରମୁଖ ଉପସ୍ଥିତ ରହି ରଜ ମହୋତ୍ସବ ର ଆଭିମୁଖ୍ୟ, ସଂସ୍କୃତି, ପରମ୍ପରା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ଡ଼ଃ ସୁମନ ଦତ୍ତ, ଜ୍ଞାନରଞ୍ଜନ ଦାସ, ଇଂ ଉତ୍ତମ କୁମାର ସାମଲ, ସନ୍ତୋଷ କୁମାର ମହାପାତ୍ର, କଳ୍ପନା ଶତପଥୀ, କୁଞ୍ଜବିହାରୀ ରାଉତ ପ୍ରମୁଖ ତାଙ୍କ ବକ୍ତବ୍ୟରେ ପରିବେଶ ସୁରକ୍ଷା, ସ୍ବଚ୍ଛତା ପ୍ରତି ପ୍ରତିବଦ୍ଧତା, ବୃକ୍ଷ ରୋପଣ ଓ ରଜ ପାଳନର ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।
ଏହି ଅବସରରେ ପ୍ରାୟ ଦେଢ଼ଶହ ବ୍ୟକ୍ତିଙ୍କ ମଧ୍ୟରେ ପୋଡ ପିଠା, ଛେନାପୋଡ଼, କାକରା, ସିଙ୍ଗଡ଼ା, ବରା,ଘି ପିଠା ବଣ୍ଟନ କରାଯାଇଥିଲା। ଶେଷରେ ଅନ୍ୟତମ ବରିଷ୍ଠ ସଦସ୍ୟ ଅଜିତ ପୁଜାରୀ ଧନ୍ୟବାଦ ଅର୍ପଣ କରିଥିଲେ।
