କଷ୍ଟ୍ ଆଣ୍ଡ୍ ମ୍ୟାନେଜମେଂଟ୍ ଆକାଉଟାଂଟ୍ ମାନେ ସମୃଦ୍ଧ ଏବଂ ବିକଶିତ ଭାରତ ଗଠନ ପାଇଁ ନିରନ୍ତର କାର୍ଯ୍ୟ କରନ୍ତୁ – ରାଜ୍ୟପାଳ ।

ଭୁବନେଶ୍ୱର,୨୩/୦୫/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- କଷ୍ଟ୍ ଆଣ୍ଡ୍ ମ୍ୟାନେଜମେଂଟ୍ ଆକାଉଟାଂଟ୍ ମାନେ ଏକ ସମୃଦ୍ଧ ଓ ବିକଶିତ ଭାରତ ଗଠନ ପାଇଁ ନିରନ୍ତର କାର୍ଯ୍ୟ କରନ୍ତୁ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି । ଚଳିତ ମଇ ୨୩ ତାରିଖ ଦିନ ସୋଆ ବିଶ୍ୱ ବିଦ୍ୟାଳୟର ଅଡ଼ିଟୋରିୟମ୍ ଠାରେ ଆୟୋଜିତ ୬୨ତମ ଜାତୀୟ କଷ୍ଟ୍ ଆଣ୍ଡ୍ ମ୍ୟାନେଜମେଂଟ୍ ଆକାଉଟାଂଟ୍ ସମ୍ମିଳନୀକୁ ମୁଖ୍ୟ ଅତିଥି ଭାବେ ଉଦଘାଟନ କରି ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି ।

ଏହି ସମ୍ମିଳନୀରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ଭାରତ ୫ଟି୍ରଲିୟନ ଡଲାର ଅର୍ଥନୀତି ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତର ସ୍ୱପ୍ନ ପୂରଣ ଆଡକୁ ଅଗ୍ରସର ହେଉଥିବାବେଳେ କଷ୍ଟ୍ ଆଣ୍ଡ୍ ମ୍ୟାନେଜମେଂଟ୍ ଆକାଉଟାଂଟମାନଙ୍କର ଭୂମିକା ପୂର୍ବ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଛି । ବିଶ୍ୱ ଏକ ଅଭୁତପୂର୍ବ ଗତିରେ ବିକଶିତ ହେଉଛି । କୃତ୍ରିମ ବୁଦ୍ଧିମତା ଠାରୁ ଡାଟା ଆନାଲିଟିକ୍ସ୍ ପର୍ଯ୍ୟନ୍ତ, ପ୍ରଯୁକ୍ତି ବିଦ୍ୟା ବ୍ୟବସାୟ ପରିଚାଳନାକୁ ରୂପଦେବା, ବିଶ୍ୱ ଗତିଶୀଳତା କ୍ଷେତ୍ରରେ ଆହ୍ୱାନର ମୁକାବିଲା ପାଇଁ ବୃତ୍ତିଧାରୀମାନଙ୍କର ଆବଶ୍ୟକତା ରହିଛି, ଯେଉଁମାନେ ନେତୃତ୍ୱ ନେଇ ପାରିବେ । ଏ କ୍ଷେତ୍ରରେ ଆପଣମାନଙ୍କର ବିଶେଷଜ୍ଞତା କେବଳ ମୂଲ୍ୟବାନ ନୁହେଁ, ବରଂ ଅପରିହାର୍ଯ୍ୟ ।

ବର୍ତ୍ତମାନ ବ୍ୟବସାୟରେ କାର୍ଯ୍ୟକଳାପ ଆଧାରିତ ମୂଲ୍ୟ ଏବଂ ଲିଂକ୍ ଆକାଉଟି୍ଂ ଭଳି ନିୟନ୍ତ୍ରଣ କୌଶଳକୁ ଗ୍ରହଣ କରାଯାଉଛି । ଏହି ପରିବର୍ତ୍ତନ ବଜେଟିଂ ଏବଂ ପୂର୍ବାନୁମାନ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ କଷ୍ଟ୍ ଆଣ୍ଡ୍ ମ୍ୟାନେଜମେଂଟ୍ ଆକାଉଟିଂ ପାଇଁ ବର୍ଦ୍ଧିତ ଚାହିଦା ସୃଷ୍ଟି କରିଛି ବୋଲି ରାଜ୍ୟପାଳ କହିଥିଲେ । ପୁଣି ରାଜ୍ୟପାଳ କହିଥିଲେ ଯେ, ସବୁଜ ଅର୍ଥନୀତି, କାର୍ବନ ଫୁଟ୍ ପ୍ରିଟଂ୍ ଆକାଉଟିଂ ଏବଂ ଇ.ଏସ୍.ଜି. କାର୍ଯ୍ୟଧାରା ମୂଲ୍ୟାଙ୍କନରେ ଭାରତୀୟ କଷ୍ଟ୍ ଆକାଉଟାଂଟ୍ ସଂସ୍ଥାର ପ୍ରୟାସକୁ ପ୍ରଶଂସା କରିଥିଲେ ।

ଏତଦ୍ବ୍ୟତୀତ କଷ୍ଟ୍ ଆଣ୍ଡ୍ ମ୍ୟାନେଜମେଟ୍ଂ ଆକାଉଟାଂଟ୍ ମାନଙ୍କର ପଦକ୍ଷେପ ଗୁଡ଼ିକ ଆତ୍ମ ନିର୍ଭର ଭାରତ ଏବଂ ମେକ୍ ଇନ୍ ଇଣ୍ଡିଆ ଭଳି ଜାତୀୟ ପ୍ରାଥମିକତା ବିଷୟ ସହିତ ସମନ୍ୱିତ କରୁଛି ବୋଲି କହିଥିଲେ । ଓଡ଼ିଶା ଏହାର ସମୃଦ୍ଧ ଶିଳ୍ପ, ପ୍ରଗତିଶୀଳନୀତି ଏବଂ ଶିକ୍ଷା ଉପରେ ଧ୍ୟାନ ସହିତ ଭାରତର ଅଭିବୃଦ୍ଧିରେ ଏକ ଶକ୍ତିଶାଳୀ କେନ୍ଦ୍ର ଭାବେ ଉଭା ହୋଇଛି । ଆଇ.ସି.ଏମ.ଏ ଆଇ ଏବଂ ଓଡ଼ିଶାର ଇକୋ ସିଷ୍ଟମ୍ ମଧ୍ୟରେ ସହଯୋଗର ଅପାର ସମ୍ଭାବନା ରହିଛି । ଆପଣମାନେ ଏମ୍.ଏସ୍.ଏମ୍.ଇ.କୁ ସହଯୋଗ କରି ଦକ୍ଷତା ବୃଦ୍ଧି କରିପାରିବେ । ଦକ୍ଷତା ବୃଦ୍ଧି ଏବଂ ନବସୃଜନ ପ୍ରତି ଆପଣମାନଙ୍କର ପ୍ରତିବଦ୍ଧତା ଭବିଷ୍ୟତ ପୀଢ଼ି ପାଇଁ ସ୍ଥିରତା ଏବଂ ଉତ୍କର୍ଷତାର ଐତିହ୍ୟ ଗଠନ କରିପାରିବ ବୋଲି ରାଜ୍ୟପାଳ କହିଥିଲେ ।

ସମ୍ମିଳନୀର ଉଦଘାଟନୀ ସମାରୋହରେ ଇଣ୍ଡିଆନ୍ ରିନୁ୍ୟଏବଲ୍ ଏନର୍ଜି ଡେଭେଲପମେଂଟ ଏଜେନ୍ସି ଲିଃର ଚେୟାରମ୍ୟାନ ଓ ମ୍ୟାନେଜିଂ ଡିରେକ୍ଟର ପ୍ରଦୀପ କୁମାର ଦାସ, ଓପିଜିସି ଲିଃର ନିର୍ଦ୍ଧେଶକ ଗଗନ ବିହାରୀ ସ୍ୱାଇଁ, ଆଇସିଏମଏଆଇର ଅଧ୍ୟକ୍ଷ ତଥା ଚିଫ୍ ପାଟ୍ରନ ବିଭୁତି ଭୂଷଣ ନାୟକ, କାଉନସିଲ୍ ମେମ୍ବର ତଥା କନଭେନର ମନୋଜ କୁମାର ଆନନ୍ଦ ଓ ବିନୟ ରଂଜନ ପି ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ପ୍ରାରମ୍ଭରେ ଏନସିଏମଏସିର ଚେୟାରମ୍ୟାନ ଶ୍ରୀନିବାସ ପ୍ରସାଦ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।
-୦-
ସଂଜୀବ ବାରିକ,ରାଜ୍ୟପାଳଙ୍କ ଲୋକସଂପର୍କ ଅଧିକାରୀଙ୍କ ସୌଜନ୍ୟରୁ

Leave a Reply

Your email address will not be published. Required fields are marked *