ପ୍ରାଧ୍ୟାପକ  ଙ୍କ ନିଆରା ଉଦାହରଣ — ପିତୃଶ୍ରାଦ୍ଧ ବାର୍ଷିକୀ ଓ ପୌତ୍ର ର ସ୍ଵନକ୍ଷତ୍ର ଉତ୍ସବ 

ଭୁବନ ୧୮/୦୫/୨୦୨୫ (ଓଡ଼ିଶା ସମାଚାର)-  ଆଜିର ସମାଜରେ ଦୈନନ୍ଦିନ ବୃଦ୍ଧ ପିତା ମାତା ମାନେ ପୁଅ ବୋହୂ ଙ୍କ ଦ୍ଵାରା ଅବହେଳିତ ଓ ନିର୍ଯ୍ୟାତିତ ହେଉଥିବା ଖବର ଦେଖିବାକୁ ମିଳୁଥିବା ବେଳେ ଭୁବନ ବ୍ଲକ ଅନ୍ତର୍ଗତ ଯମୁନାକୋଟ ଗ୍ରାମର ଅବସରପ୍ରାପ୍ତ ପ୍ରାଧ୍ୟାପକ ଶ୍ରୀ ରମେଶ ଚନ୍ଦ୍ର ପାଣି ପିତା ଦିଵ୍ୟାତ୍ମା ବିଦ୍ୟାଧର ପାଣି ଙ୍କ ର ଅଷ୍ଟମ ବାର୍ଷିକ ଶ୍ରାଦ୍ଧୋତ୍ସବ ଓ ନାତି ଅମ୍ଳାନ ସିଦ୍ଧି ବର୍ଦ୍ଧନ ର ଦଶମ ସ୍ଵନକ୍ଷତ୍ର ଉତ୍ସବ ପାଳନ କରି ସମାଜ ପାଇଁ ନିଆରା ପରମ୍ପରା/ଉଦାହରଣ ସୃଷ୍ଟି କରିଛନ୍ତି ।

ଗତ ୧୪ ତାରିଖରେ ବିଦ୍ୟାଧର ପାଣିଙ୍କ ର ସ୍ମୃତି ଶ୍ରାଦ୍ଧୋତ୍ସବ ପାଳିତହୋଇଥିଲା । ପ୍ରଥମେ ପାଣି ପରିବାର ପକ୍ଷରୁ ବିଦ୍ୟାଧର ପାଣି ଙ୍କର ନାତି ଇଂ ଗୁରୁ ବିଶ୍ବଭୂଷଣ ପାଣି ଅତିଥି ମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଅତିଥି ମାନେ ନିଜ ଅନୁଭୂତିରୁ ବିଦ୍ୟାଧର ପାଣି ଙ୍କ ସ୍ମୃତି ଚାରଣ କରିଥିଲେ।

ଉକ୍ତ ସ୍ମୃତିସଭାରେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ, ଯମୁନାକୋଟ ବିବେକାନନ୍ଦ ଶିଶୁ ମନ୍ଦିର ର ସଭାପତି ତଥା ପୂର୍ବତନ ସରପଞ୍ଚ ନଟଵରସାହୁ, ପୂର୍ବତନ ସରପଞ୍ଚ ଖୁଲଣା ରାଉତ, ଦୂରଦର୍ଶନ ପାଲା ଗାୟିକା ଶର୍ମିଷ୍ଠା ରାଉତ, ବିଶିଷ୍ଟ ବ୍ୟକ୍ତି ବିଦ୍ୟାଧର ଜେନା, ପଦ୍ମନାଭ ରାଉତ, ହାଡିବନ୍ଧୁ ସାହୁ, ବ୍ରଜବନ୍ଧୁ ରାଉତ, ମଦନ ବେହେରା, କେଶବ ମଳିକ,ଗତି କୃଷ୍ଣ ରାଉତ, ଲଣ୍ଡା ସାହୁ,ଅଚ୍ୟୁତାନନ୍ଦ ସାହୁ, ଅନନ୍ତ ସାହୁ, ଚକ୍ରଧର କାଣ୍ଡି, ଆନନ୍ଦ ପ୍ରଧାନ, ରମେଶ ସାହୁ, ବ୍ରହ୍ମାନନ୍ଦ ବେହେରା, ଭୀମସେନ ସାହୁ, ଵିଳାସ ମଳିକ, ବିକ୍ରମ ବେହେରା, ଅଦୈତ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଯମୁନାକୋଟ ଉଚ୍ଚ ବିଦ୍ୟାଳୟ ଓ ଶିଶୁ ମନ୍ଦିର ର ଛାତ୍ର ଛାତ୍ରୀ ମାନେ ନୃତ୍ୟ ଗୀତ ପରିବେଷଣ କରିଥିଲେ । ପରେ ଓଡ଼ିଶାର ସୁନାମଧନ୍ୟ ପାଲା ଗାୟିକା ସୁରତରଙ୍ଗିଣୀ ଗାୟିକା ସସ୍ମିତା ରାଉତ ସୁନ୍ଦର ଓ ମନମୁଗ୍ଧକର ପାଲାପରିଵେଷଣ କରିଥିଲେ।

ଗତ ୧୬ ତାରିଖରେ ଅମ୍ଳାନ ର ସ୍ଵନକ୍ଷତ୍ର ପାଲା ପରିବେଷଣ ପୂର୍ବରୁ ପାଣି ପରିବାର ପକ୍ଷରୁ ଅତିଥି ନଟବର ସାହୁ, ଅଦୈତ ସାହୁ, ବିକ୍ରମାଦିତ୍ୟ ବେହେରା,ଗଜେନ୍ଦ୍ର ନାୟକ, ଖୁଲଣା ରାଉତ, ଗାୟିକା ସସ୍ମିତା ,ସାଥି ଙ୍କୁ ଉତ୍ତରୀୟ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ୧୪ ତାରିଖ ଠାରୁ ୧୬ ତାରିଖ ତିନି ଦିନ ବ୍ୟାପି ସାଂସ୍କୃତିକ କାର୍ଯ୍ୟକ୍ରମକୁ ବିଦ୍ୟାଧର ପାଣି ଙ୍କ ନାତୁଣୀ ଅଧ୍ୟାପିକା ସସ୍ମିତା ପାଣି ରୋଚକ ଢଙ୍ଗରେ ପରିଚାଳନା କରିଥିଲେ।

୧୬ ତାରିଖରେ ସମସ୍ତ ପରିଜନଙ୍କ ମେଳରେ ଅମ୍ଳାନଙ୍କ ଜନ୍ମଦିନ ପାଳନ କରାଯାଇଥିଲା । ଗାୟିକା ସସ୍ମିତା ରାଉତ ପାଲାମଞ୍ଚରେ ଶ୍ଲୋକ ମାଧ୍ୟମରେ ଅମ୍ଳାନ କୁ ଆଶୀର୍ବାଦ କରିଥିଲେ। ଯମୁନାକୋଟ ତଥା ପଡ଼ୋଶୀ ଗ୍ରାମର ପାଲାପ୍ରେମୀମାନେ ବହୁସଂଖ୍ୟାରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।

Leave a Reply

Your email address will not be published. Required fields are marked *