ଭୁବନେଶ୍ୱର,୨୪/୦୪/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସ୍ଥାନିୟ ଜୟଦେବ ଭବନ ପରିସରରେ ରାଗମାଳା ପକ୍ଷରୁ ୧୩ତମ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ସମାରୋହ – ୨୦୨୫ ଆୟୋଜିତ ହୋଇ ଯାଇଛି।
ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ଉପ ସଭାପତି ଗୋଲକ ମହାପାତ୍ର ମୁଖ୍ୟ ଅତିଥି, ସଂସ୍କୃତି ନିର୍ଦ୍ଦେଶକ ଡଃ. ବିଜୟ କେତନ ଉପାଧ୍ୟାୟ ଆଇ.ଏ.ଏସ୍. ସମ୍ମାନିତ ଅତିଥିଙ୍କ ସମେତ ଅନୁଷ୍ଠାନର ପ୍ରତିଷ୍ଠାତା ଗୁରୁ ରଜନୀକାନ୍ତ ପାଢ଼ୀ ଅତିଥି ଭାବେ ଯୋଗ ଦେଇଥିଲେ।
ଏହି ଅବସରରେ ଗୁରୁ ମୋହନ ଚରଣ ସ୍ବାଇଁଙ୍କୁ ଉପଢୌକନ ଓ ମାନପତ୍ର ସହ ସମ୍ମାନିତ କରାଯାଇ ଥିଲା। ରିଧିମା ରାୟ ଏକକ କଣ୍ଠ ସଙ୍ଗୀତ ପ୍ରସ୍ତୁତ କରିଥିବା ବେଳେ ବିରାଜ ମିଶ୍ର ଏକକ ତବଲା ବାଦନ କରିଥିଲେ।
ସିଦ୍ଧାନ୍ତ ଶତପଥୀ ଓ ଶୁଭ୍ରଜିତ ସାହୁଙ୍କ ଦୈତ୍ଯ କଣ୍ଠରେ ବୋଲେ ମହାଦେବ……ମାଁ ତୁ ଶକ୍ତି ସ୍ବରୂପିଣୀ……ଏବଂ ସବ୍ ଜନ ପ୍ୟାରା ହୋ….. ପରିବେଷଣ କରିଥିଲେ। ଦର୍ଶକଙ୍କ ମନ ମୋହି ଥିଲା ଭୋଜପୁରି ଭଜନ। ଗୁରୁ ବାଳକୃଷ୍ଣ ବେହେରା ‘ଅବ୍ ମେଁ କୈସେ କରୁଁ’…… ଏବଂ ‘ସାଜନ ମୋରେ ଘର ଆୟେ’….. ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ଦୁର ଦର୍ଶନ ଉପସ୍ଥାପିକା ଅନୁସୂୟା ସାହୁ ଉଚ୍ଚ କୋଟୀର ମଞ୍ଚ ସଂଯୋଜନା କରିଥିଲେ।
