କବି ଫନି ମହାନ୍ତି ଓ ଇଂ. ଜାମିନୀ ଦାସଙ୍କ କଲିକତା ଗସ୍ତ

ଭୁବନେଶ୍ୱର,୧୯/୦୪/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- କୋଲକାତାରୁ ଦିର୍ଘ ପଚାଶ ବର୍ଷ ଧରି ପ୍ରକାଶ ପାଇ ଆସୁଥିବା “ଅନୁବାଦ”ର ସୁବର୍ଣ୍ଣ ଜୟନ୍ତି ପାଳନ ଅବସରରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ପ୍ରତିଷ୍ଠିତ କବି ଡକ୍ଟର ଫନି ମହାନ୍ତିଙ୍କୁ ‘ଜୀବନ କୃତି ଅନୁବାଦ ସାହିତ୍ୟ ପୁରସ୍କାର’ରେ ସମ୍ମାନିତ କରାଯାଇଥିବା ବେଳେ ଉତ୍ସବରେ ଇଂ. ଜାମିନୀ କାନ୍ତ ଦାସ ମୁଖ୍ୟ ଅତିଥି ଭାବେ କଲିକତା ସ୍ଥିତ ସଲ୍ଟ ଲେକ୍ ଠାରେ ଅବସ୍ଥିତ ଇଷ୍ଟର୍ଣ ଜୋନ ସାଂସ୍କୃତିକ ଭବନ ପରିସରରେ ରବିବାର ଦିନ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

ଏହି ଉତ୍ସବରେ ଯୁବ ସାହିତ୍ୟିକ ନିହାରକନ୍ୟା ସାହିତ୍ୟ ସଂସଦର ସମ୍ପାଦକ ସୁରଞ୍ଜନ ପାତ୍ରଙ୍କ ସହ ବିଶିଷ୍ଟ କବି ଡକ୍ଟର ହରିଶ୍ଚନ୍ଦ୍ର ବେହେରା, କ୍ଷିରୋଦ ପରିଡ଼ା, ଯଶୋଧାରା ଦାସ, ପବିତ୍ର ମୋହନ ଦାସ, ସରୋଜ ମହାପାତ୍ର, ପାରମିତା ସଡଙ୍ଗୀ, ହରେକୃଷ୍ଣ ଦାଶ, ସୋନାଲି ସାହୁ, ଇସ୍ପିତା ସଡଙ୍ଗୀ, ମାନମୟୀ ରଥ, ସଂଘମିତ୍ରା ରାୟଗୁରୁ, ଗୀତାଶ୍ରୀ ପ୍ରିୟମ୍ବଦାଙ୍କୁ ମଧ୍ୟ ନିମନ୍ତ୍ରିତ କରାଯାଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *