ଜୁନାଗଡ଼ ,୫/୮/୨୦୨୪ (ଓଡ଼ିଶା ସମାଚାର /ରକେଶ ବେମାଲ) – ଗତ ୧୬-୭-୨୪ ତାରିଖ ଦିନ ଜୁନାଗଡ଼ ଏନ ଏ ସି ଉପନଗରପାଳ ଙ୍କ ନେତୃତ୍ୱ ରେ ନଅ ଜଣ କାଉନସିଲର ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ଜିଲ୍ଲାପାଳ ଙ୍କ ଠାରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ ଓ ଜିଲ୍ଲାପାଳ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଗତ ୨-୮-୨୪ ତାରିଖ ଦିନ ଜୁନାଗଡ଼ ରେ କାଉନସିଲ ସଭା କରିବା ପାଇଁ ନିର୍ଦ୍ଧେଶ ଦେଇଥିଲେ । ଘଟଣାକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଙ୍କ ଦେହ ଖରାପ ହେତୁ ସଭା ହେଲାନାହିଁ ଓ ପୁନଶ୍ଚ ଆସନ୍ତା ୯-୮-୨୪ କୁ ଅସ୍ଥା ଭୋଟ ପାଇଁ ତାରିଖ ଧାର୍ୟ୍ୟ ହୋଇଛି । ଏହି ଆସ୍ଥାଭୋଟ ପାଇଁ ଉପନଗରପାଳ ଙ୍କ ସମେତ ନଅ ଜଣ କାଉନସିଳର କସରତ କରୁଥିବା ବେଳେ ଏନ ଏ ସି ଅଂଚଳ ର ବିକାଶ ସମ୍ପୂର୍ଣ ଠପ କହିଲେ ଚଳେ । ତଳିଆ ଅଂଚଳ ଦୁର୍ଗାନଗର, ଫତେ ନଗର, ହିଞ୍ଜିଳିବାହିଲି, ଭୈରବ ନଗର ରାସ୍ତା ଓ ଅନେକ ଅଂଚଳ ଜଳମଗ୍ନ ଓ କାଦୁଅ ପଚ ପଚ ହୋଇ ଜନସାଧାରଣ ଯିବା ଆସିବାରେ ଅନେକ ଅସୁବିଧା ଭୋଗୁଛନ୍ତି । ସେହିପରି ମୁଖ୍ୟରାସ୍ତା ଏନ ଏଚ ରେ ପଲ ପଲ ଗାଈ ପାଇଁ ଛୋଟ ବଡ଼ ଦୁର୍ଘଟଣା ଘଟି ଘଟି ଜୀବନ ହାନି ମଧ୍ୟ ହେଉଛି । ସେହିପରି ରାତିରେ ଗନ୍ତାୟତ ପଡା, ଆମଗଛ ପଡା ରାସ୍ତା ରେ ମଧ୍ୟ ବୁଲାଗାଇ ଗୋରୁ ଙ୍କ ସଂଖ୍ୟା ଅନେକ ।
ସେଥିପାଇଁ ଯାତାୟାତ ରେ ଅନେକ ଅସୁବିଧା ହେଉ ଥିବା ଜନସାଧାରଣ ଜଣାଇଛନ୍ତି କ୍ଷ ଅନାସ୍ଥା ଭୋଟ ପାଇଁ କାଉନସିଲର ଓ ନଗରପାଳ ଙ୍କ ମଧ୍ୟରେ ଟଣାଓଟରା ପାଇଁ ଏନ ଏ ସି କାମ ଧୀମାଇ ଯାଇଥିବା ଜନସାଧାରଣ ଅନୁଭବ କରିଛନ୍ତି । ଏହି ଅନାସ୍ଥା ନାଟକର ପରିସମାପ୍ତି ଘଟିଲେ ହିଁ ଏନ ଏ ସି କାମ ତ୍ୱରାନ୍ୱିତ ହେବା ସହ ସିଧା ଜନସାଧାରଣ ଙ୍କ ଦ୍ୱାରା ନିର୍ବାଚିତ ନଗରପାଳ କେମିତି ଅନାସ୍ଥା ରେ ହଟିବେ ତା ନେଇ ଚା ଖଟି ରେ ଜନସାଧାରଣ ଚର୍ଚ୍ଚା କରୁଥିବା ଦେଖା ଯାଇଛି । ଏ ନେଇ ନଗରପାଳ ମୁକେଶ ଅଗ୍ରୱାଲ ଙ୍କୁ ପଚାରିବାରୁ ମୁ ଜନସାଧାରଣ ଙ୍କ ଦ୍ୱାରା ନିର୍ବାଚିତ ହୋଇଛି ମାତ୍ର ବିଜୁ ଜନତା ଦଳ ର ୧୦ ଜଣ ଥିବାରୁ ସେମାନେ ମୋତେ ଦୁର୍ନୀତି କରି ଟଙ୍କା ରୋଜଗାର ପାଇଁ ବାଧ୍ୟ କରୁ ଥିଲେ । ମୁ ମନା କରିବାରୁ ମୋ ବିରୁଦ୍ଧ ରେ ଅନାସ୍ଥା ଆଣିଛନ୍ତି । ଏହାର ଜବାବ ଜନସାଧାରଣ ଆଗାମୀ ଦିନରେ ଦେବେ ବୋଲି ନଗରପାଳ କହିଛନ୍ତି । ଅପର ପକ୍ଷରେ ଉପ ନଗରପାଳ ହିମାଦ୍ରୀ ନାଏକ ନଗରପାଳ ଙ୍କ ଉପରୋକ୍ତ ବକ୍ତବ୍ୟ କୁ ଖଣ୍ଡନ କରି ଆମକୁ ନ ଜଣାଇ ବା ବିଶ୍ୱାସ କୁ ନ ନେଇ ନଗରପାଳ ମନୋମୁଖୀ କାର୍ୟ୍ୟ କରୁଥିବା ରୁ ଓ ଆମେ ଜନସାଧାରଣ ଙ୍କ ପାଇଁ କିଛି କରି ପାରି ନ ଥିବାରୁ ତାଙ୍କ ବିରୁଦ୍ଧରେ ଅନାସ୍ଥା ଅଣା ଯାଇଥିବା ସୂଚନା ଦେଇଛନ୍ତି କ୍ଷ ଫଳାଫଳ କଣହେବ ଜନସାଧାରଣ ଅପେକ୍ଷା କରିଛନ୍ତି ।
