ନିଆଳୀ,୧୮/୦୪/୨୦୨୫ (ଓଡ଼ିଶା ସମାଚାର)- କସର୍ଦା ମା ମଙ୍ଗଳା ପ୍ରାଙ୍ଗଣ ରେ ୨ଦିନ ଧରି ଚାଲିଥିବା ପ୍ରଥମ କରି ଆରଂଭ ହୋଇଥିବା ଓଡ଼ିଆ ନବବର୍ଷ ଉତ୍ସବ ଉଦ୍ଯାପିତ ହୋଇଯାଇଛି। ମା ମଙ୍ଗଳା କମିଟି ତରଫରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ସରପଞ୍ଚ ତ୍ରିଲୋଚନ ମହାନ୍ତି ,ସମ୍ମାନୀତ ଅତିଥି ଭାବରେ ଲକ୍ଷ୍ମୀନାରାୟଣ କମିଟିର ମୁଖ୍ୟ ପରିଚାଳକ ଶଶୀଶେଖର ମହାପାତ୍ର ,ବରିଷ୍ଠ ପ୍ରବଚକ ଶ୍ରୀଧର ମହାନ୍ତି ,ଶିକ୍ଷାବିତ ମଙ୍ଗଳ ପ୍ରସାଦ ମହାପାତ୍ର ଯୋଗଦେଇଥିଲେ ।

ଅନୁଷ୍ଠାନ ପକ୍ଷରୁ ସମସ୍ତ ଅତିଥିଙ୍କୁ ପୁଷ୍ପଗୁଛ ତଥା ଉତ୍ତରୀୟ ଦିଆଯାଇ ସମ୍ମାନିତ କରାଯାଇଥିଲା । କସର୍ଦାରେ ଏହି ଭଳି ନୂତନ ଭାବରେ ଉତ୍ସବ ପରିକଳ୍ପନା ପାଇଁ ଅତିଥିମାନେ ଆୟୋଜକ ମା ମଙ୍ଗଳା କମିଟି ଏବଂ ସହଯୋଗ କରିଥିବା ଦିବ୍ୟ ସିଂହ ସେଠୀଙ୍କୁ ଧନ୍ୟବାଦ ଦେବା ସହ ଏହି ଉତ୍ସବ କିଭଳି ଭାବରେ ସବୁ ବର୍ଷ ଚାଲୁ ରହିବ ସେଥିପାଇଁ ପ୍ରସ୍ତାବ ଦେଇଥିଲେ ଏବଂ ନିଶା କବଳରୁ ଦୁରେଇ ରହି ସମାଜ ପାଇଁ କାର୍ଯ୍ୟକ୍ରମ କରିବା ସହ ଯେମିତି କୌଣସି ଲୋକ ଶିକ୍ଷାରୁ ବଞ୍ଚିତ ନ ହେବେ ଅଭିଭାଷଣ ରଖିଥିଲେ । କସର୍ଦା ମାଟିର ପୁଅ ଦିବ୍ୟସିଂହ ସେଠୀଙ୍କର ଉଚ୍ଚକୋଟିର ମଞ୍ଚ ପରିଚାଳନା ସମସ୍ତଙ୍କ ହୃଦୟକୁ ବେଶ ଛୁଇଁପାରିଥିଲା ।
ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାଧନା କଳା ଶିକ୍ଷା କେନ୍ଦ୍ର, ରେଡରୋଜଡାନ୍ସ ଗ୍ରୁପ, ସ୍କlୟଡାନ୍ସ ଗ୍ରୁପ, ସ୍ଥାନୀୟ ଅଞ୍ଚଳ ତଥା ବାହାରର କୁନିକୁନି କଳାକାରଙ୍କୁ ନେଇ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ହୋଇଥିଲା । ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଓ ସୁନାମଧନ୍ୟ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା. ।
ଲକ୍ଷ୍ମୀ ନାରାୟଣ ଡ୍ରାମା କମିଟିର କଳାକାର ସମ୍ମାନରେ ଅଭିମନ୍ୟୁ ବାରିକ ଏବଂ ଅଜୟ ରାଉତ, ସାହିତ୍ୟିକ ନାଟ୍ୟକାର ସମ୍ମାନରେ ଡ. ରଞ୍ଜିତ୍ ଲେଙ୍କା ,ଯୁବ ସାମ୍ବାଦିକ ତଥା ସ୍ୱେଛାସେବୀ ସଂଗଠନ ସ୍ମାଇଲ ଫର୍ ଟୁଡେର ପ୍ରତିଷ୍ଠାତା ଦ୍ବିଜବର ମହାପାତ୍ରଙ୍କୁ ସମାଜସେବୀ ସମ୍ମାନରେ ସମ୍ମାନୀତ କରାଯାଇଥିଲାବେଳେ ନୃତ୍ୟ ଗୁରୁ ପ୍ରଣୟ ପଟ୍ଟନାୟକ,ପ୍ରଣୟ କୁମାର ସ୍ୱାଇଁ ,ମା ଘର ଫାଉଣ୍ଡେସନ ଏମିତି ବହୁ କୃତିତ୍ୱ ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା କରିଯାଇଥିଲା । ଉକ୍ତ ଉତ୍ସବରେ ମା ମଙ୍ଗଳା କମିଟିର ସମସ୍ତ ସଦସ୍ୟ ସମେତ ଗ୍ରାମବାସୀ ଓ ଯୁବବନ୍ଧୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
