ରାଜ୍ୟରେ ପଛୁଆବର୍ଗ ଙ୍କୁ ଅବହେଳା – ଅଖିଳେଶ ଯାଦବ

ଭୁବନେଶ୍ୱର,୧୮/୦୪/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଖିଳେଶ ଯାଦବ ଗୁରୁବାର ସମାଜବାଦୀ ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ ଗଣମାଧ୍ୟମକୁ ସମ୍ବୋଧନ କରି କହିଛନ୍ତି ଯେ, ଓଡ଼ିଶାରେ ପଛୁଆବର୍ଗ, ସାମାଜିକ, ଅର୍ଥନୈତିକ, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବହୁତ ପଛରେ । ଉତର ପ୍ରଦେଶର ସମାଜବାଦୀ ପାର୍ଟି ସରକାର ପି.ଡି.ଏସ୍ (ପଛୁଆ, ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁ) ମାନଙ୍କ ପାଇଁ ବହୁତ କଲ୍ୟାଣକାରୀ କାର୍ଯ୍ୟକ୍ରମ କରିଛନ୍ତି ।

ଯେଉଁଥିପାଇଁ ଉତର ପ୍ରଦେଶରେ ସମାଜବାଦୀ ପାର୍ଟି ଚାରିଥର ସରକାର କରିପାରିଛି ଓ ଓଡ଼ିଶାରେ ଡବଲ ଇଞ୍ଜିନ ସରକାରରେ ଡବଲ ଦୁର୍ନୀତି, ଡବଲ କେଳେଙ୍କାରୀ, ଡବଲ ବଜାର ଦର ସର୍ବସାଧାରଣଙ୍କୁ ଦୁର୍ବିସହ କରି ପକାଇଛି । ତେଣୁ ଆଗାମୀ ଦିନରେ ଓଡ଼ିଶାରେ ସମାଜବାଦୀ ପାର୍ଟି ତୃଣମୂଳସ୍ତରକୁ ଯିବ ଓ ପଛୁଆବର୍ଗ, ଦିଳତ ସଂଖ୍ୟାଲଘୁଙ୍କ ପାଇଁ ସଂଗ୍ରାମ ଜାରି ରଖିବ ଓ ପଛୁଆବର୍ଗମାନଙ୍କୁ ସଂଗଠିତ କରି ଓଡ଼ିଶାରେ ସରକାର ଗଠନ ପାଇଁ ପ୍ରୟାସ କରିବ ।

ଅନ୍ୟ ଦଳର ଯେଉଁ ନେତାମାନେ ସମାଜବାଦ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ସମାଜବାଦୀ ପାର୍ଟିରେ ଯୋଗ ଦେବାକୁ ଚାହିଁବେ, ସେମାନଙ୍କୁ ସ୍ୱାଗତ କରାଯିବ । ବିଜେଡ଼ିର ପୂର୍ବତନ କର୍ପୋରେଟର ଶ୍ରୀମତୀ ପୁଷ୍ପାଞ୍ଜଳି ଦାସ ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି ।
ଓଡ଼ିଶାରେ ଜାତିଗତ ଜନଗଣନା ଓ ସାମାଜିକ ନ୍ୟାୟ ପାଇଁ ସମାଜବାଦୀ ପାର୍ଟି ରାଜ୍ୟବ୍ୟାପୀ ସଂଗ୍ରାମ ଜାରି ରଖିବା ସହିତ ପାର୍ଟିର ବିଭିନ୍ନ ନିର୍ବାଚନ ମଣ୍ଡଳୀର କର୍ମକର୍ତାମାନଙ୍କୁ ଶ୍ରୀଯୁକ୍ତ ଯାଦବ ସମ୍ବୋଧିତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲା ସଭାପତି ଶୁଭକାନ୍ତ ଖଡ଼ିରତ୍ନ, ଅଧ୍ୟକ୍ଷ ପବିତ୍ର ମୋହନ ସାହୁ, ଭୁବନେଶ୍ୱର ତିନୋଟି ନିର୍ବାଚନ ମଣ୍ଡଳୀର ଅଧ୍ୟକ୍ଷ ପ୍ରବୀନ ନାୟକ, ଯାଜପୁର ନିର୍ବାଚନ ମଣ୍ଡଳୀର ଅଧ୍ୟକ୍ଷ ଦୀପକ କୁମାର ସାହୁ, ରଣପୁର ନିର୍ବାଚନ ମଣ୍ଡଳୀର ଅଧ୍ୟକ୍ଷ ହୁଲ୍ଲାସ ବାରିକ, ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ଅଧ୍ୟକ୍ଷ ଡଃ ଅକ୍ଷୟ କୁମାର ବାରିକ, ନୂଆପଡାÿ ଜିଲା ଅଧ୍ୟକ୍ଷ ବେଣୁଧର ଗହିର, କଳାହାଣ୍ଡି ଜିଲା ଅଧ୍ୟକ୍ଷ ଜଗଦୀଶ ଯାଦବ, ବରିଷ୍ଠ ସମାଜବାଦୀ ନେତା ମହମ୍ମଦ ଅଖତାର, କୃଷକ ନେତା ବିଜୟ ବେହେରା, ସମ୍ବିତ ଦାସ, ରାଜ୍ୟ ପ୍ରଭାରୀ ଦୀପକ ମିଶ୍ର ଓ ରାଜ୍ୟ ସମ୍ପାଦକ ପ୍ରତାପ ବାରିକ ପ୍ରମୁଖ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ସମ୍ମାନିତ କରିଥିଲେ । ରାଜ୍ୟ ସଭାପତି ଶିବ ହାତୀ ଯାଦବ ସଭାକାର୍ଯ୍ୟ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *