ତାଇକୋଣ୍ଡ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ରାଜ୍ୟ ଓ ଜିଲ୍ଲା ପାଇଁ ଜିତିଲେ ନଅ ଗୋଲ୍ଡ ଓ ଛଅ ସିଲଭର ପଦକ ।

 ବଡ଼ବିଲ, ୩୧/୧୨/୨୦୨୩ (ଓଡ଼ିଶା ସମାଚାର)- କେନ୍ଦୁଝର  ବଡବିଲ ପୌରାଞ୍ଚଳ ର କୁନିକୁନି ପିଲାମାନେ ସୁଦୂର ପଶ୍ଚିମବଙ୍ଗ ରାଜ୍ୟର କଲିକତା ସହର ରେ ଆୟୋଜିତ ରାଷ୍ଟ୍ରୀୟ ତାଇକୋଣ୍ଡ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କେନ୍ଦୁଝର ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। କୋଚ୍ କାର୍ତ୍ତିକ ବେହେରା ଙ୍କ ତତ୍ବାବଧାନରେ ଏହି ପ୍ରତିଯୋଗୀତା ରେ କେନ୍ଦୁଝର ଜିଲ୍ଲାକୁ ପ୍ରତିନିଧିତ୍ଵ କରି ନଅ ଗୋଟି ସ୍ଵର୍ଣ୍ଣ ପଦକ ଜିତିଥିବା ବେଳେ ଛଅ ଗୋଟି ରୋପ୍ୟ ପଦକ ଜିତିବାରେ ସକ୍ଷମ ହୋଇଛନ୍ତି। ଏହି ପିଲାମାନେ ଆଜି ବଡବିଲ ରେଲୱେ ଷ୍ଟେସନ ପହଞ୍ଚିବା ପରେ ବଡବିଲ ବାସି ସେମାନଙ୍କୁ ଫୁଲମାଳ ପିନ୍ଧାଇ ମିଷ୍ଟାନ୍ନ ଖୁଆଇ ଭବ୍ୟସ୍ଵାଗତ କରିଥିବା ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *