ଗରଦପୁର,୦୭/୦୪/୨୦୨୫ (ଓଡ଼ିଶା ସମାଚାର)- ତେଣ୍ଡାକୁଡା ପଞ୍ଚାୟତ ଅନ୍ତର୍ଗତ ବାସନ୍ତପୁର ସାଇ ମନ୍ଦିର ରେ ରାମନବମୀ ଉତ୍ସବ ମହାସମାରୋହ ରେ ପାଳିତ ହୋଇଯାଇଛି । ପବିତ୍ର ରାମନବମୀ ଶିରିଡି ରେ ମହାସମାରୋହ ରେ ପାଳନ ହେଉଥିବାବେଳେ ବସନ୍ତପୁର ସାଇ ମନ୍ଦିର ରେ ମଧ୍ୟ ବେଶ ଧୂମଧାମ ରେ ପାଳନ କରାଯାଇଛି । ରୋଟାରୀ ଚକ୍ଷୁ ହସ୍ପିଟାଲ, କଟକ ଅନୁକୂଲ୍ୟ ରେ ଏକ ନିଶୁକ୍ଳ ଚକ୍ଷୁ ପରୀକ୍ଷା ଶିବିର ବସନ୍ତପୁର ଠାରେ ଆୟୋଜନ କରାଯାଇଥିଲା ।
ଏହି ଶିବିର କୁ ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ଶ୍ରୀମତୀ ରେଣୁବାଳା ନାୟକ ଉଦଘାଟନ କରିଥିଲେ । ମ୍ୟାନେଜିଙ୍ଗ ଟ୍ରଷ୍ଟି ଶ୍ରୀଯୁକ୍ତ ଡ. ରୁଦ୍ର ମହାନ୍ତି, ସରପଞ୍ଚ ଶ୍ରୀଯୁକ୍ତ ମାନସ ରାଉତ ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ରବୀନ୍ଦ୍ର ମହାପାତ୍ର ,ସରକାରୀ ଓକିଲ ବନମାଳୀ ମହାପାତ୍ର ,ନୃତ୍ୟ ଗୁରୁ ସୁନନ୍ଦା ପରିଡା, ସଂପାଦକ ସୁନିଲ ମହାନ୍ତି, ସଭାପତି ଶକ୍ତି କାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏହି ଚକ୍ଷୁ ଶିବିରରେ ଦୁଇଶହ ରୁ ଉଦ୍ଧ୍ୱର୍ ଲୋକ ଉପସ୍ଥିତ ରହି ସେମାନଙ୍କ ଚକ୍ଷୁ ପରୀକ୍ଷା କରାଇଥିଲେ ।
ସନ୍ଧ୍ୟାରେ ଓଡିଶା ସରକାର ଙ୍କ ସଂସ୍କୃତି ବିଭାଗ ଦ୍ଵାରା ରଙ୍ଗାରଙ୍ଗ କାଯ୍ୟକ୍ରମ ଗୁରୁଜୀ ଶ୍ରୀଯୁକ୍ତ ଚନ୍ଦ୍ରଭାନୁ ଶତପଥି ଙ୍କ ଦ୍ଵାରା ଲିଖିତ ସାଇ ଭଜନ ବିଶିଷ୍ଟ କଣ୍ଠଶିଳ୍ପୀ ବଶିଷ୍ଟ ନାୟକ, ଚିନ୍ମୟ ପ୍ରଧାନ ଓ ତପସ୍ୱାନି ଡାଗରା ଶ୍ରୁତି ସୁଧା ସଂଗୀତ ଗ୍ରୁପ ଦ୍ୱାରା ପରିବେଷଣ କରାଯାଇଥିଲା ଏବଂ ଯାଜପୁର ର ନୃତ୍ୟଗୁରୁ କୈଳାସଚନ୍ଦ୍ର ବେହେରା ଓ ସାଥି, ଙ୍କ ଦ୍ଵାରା ଗୁରୁଜୀ ଚନ୍ଦ୍ରଭାନୁ ଶତପଥି ଙ୍କ ଲିଖିତ ସାଇ ଭଜନ କୁ ସୁଲଳିତ ନୃତ୍ୟ ମାଧ୍ୟମରେ ପରିବେଷଣ କରିଥିଲେ । ଏହାସହିତ ବାବା ଙ୍କ ମହାଭିଷେକ, କାକଡ ଆଳତି, ହୋମ, ସୁଯ୍ୟପୂଜା, ମଧ୍ୟାନ ଆଳତି, ସନ୍ଧ୍ୟା ଆଳତି ଏବଂ ଶେଜ ଆଳତି ଇତ୍ୟାଦି ପୂଜାର୍ଚନା ବହୁ ଶ୍ରଦ୍ଧାଳୁ ଙ୍କ ଉପସ୍ଥିତି ରେ ଅନୁଷ୍ଠିତ କରାଯାଇଛି । ଅନ୍ୟ ମାନଙ୍କ ମଧ୍ୟ୍ୟରେ ସ୍ୱରୂପ ମହାନ୍ତି, ଚଣ୍ଡୀ ମହାନ୍ତି, ନଳିନୀକାନ୍ତ ମହାନ୍ତି, ଦେବୀ ପ୍ରସାଦ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ।

