ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା, ୩୧/୦୩/୨୦୨୫(ଓଡ଼ିଶା ସମାଚାର)- କଂସାର ପଂଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ରାଉଳଙ୍କୁ ବିଦ୍ୟାଳୟ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ପ୍ରଧାନଶିକ୍ଷକ ଶ୍ରୀ ରାଉଳ ଗତ ୨୦୨୧ମସିହାରେ ଏହି ବିଦ୍ୟାଳୟରେ ଯୋଗଦେଇଥିଲେ । ତାଙ୍କର କାର୍ଯ୍ୟଦକ୍ଷତା, ନିଷ୍ଠା ଓ ସମୟାନୁବର୍ିତା ପାଇଁ ସେ ସମସ୍ତ ଙ୍କର ପ୍ରିୟଭାଜନ ହୋଇପାରିଥିଲେ ।

ଶ୍ରୀ ରାଉଳଙ୍କୁ ବିଦ୍ୟାଳୟ ପକ୍ଷରୁ ପୁଷ୍ପଗୁଛ, ଉତରୀୟ ଓ ଶାଲ, କଲମ ପଦାନ ପୂର୍ବକ ସମ୍ବର୍ଦ୍ଧିନା ଜ୍ଞାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଦିଲ୍ଲିପ କୁମାର ଦାସ, ରଞ୍ଜନ କୁମାର ଦାସ, ଭକ୍ତିଲତା ମହାରଣା, ପୂର୍ଣ୍ଣମା ପ୍ରିୟଦର୍ଶିନୀ ଚୌଧୁରୀ, ସରିତା ସାହାଣୀ, ମନୋଜ ସାହୁ, ବିଭୁ ପ୍ରସାଦ ଆଚାର୍ଯ୍ୟ, ଜ୍ଞାନରଞ୍ଜନ ରାଉତ, ନିର୍ମଳ ଖଟୁଆ, ଆଶୁତୋଷ ବେହେରା, ରଶ୍ମିତା ଦାସ, କୌଶଲ୍ୟା ନାୟକ, ଅପର୍ଣ୍ଣା ରଥ, ଜୟନ୍ତୀ ବେହେରା, ଜାନକୀ ଜେନା, ରମେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପ୍ରଧାନ ଶିକ୍ଷକ ଶ୍ରୀ ରାଉଳଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ ।

Leave a Reply

Your email address will not be published. Required fields are marked *