ଭୁବନେଶ୍ୱର,୧୬/୦୩/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ହୋଲି ଉପଲକ୍ଷେ ସତ୍ୟନଗର ବରିଷ୍ଠ ନାଗରିକ ମଞ୍ଚର ପରିଚାଳନା ରେ ସତ୍ୟନଗର ପାର୍କ ଠାରେ ହୋଲି ମିଳନ କାର୍ଯ୍ୟକ୍ରମ ବହୁତ୍ ସୁନ୍ଦର ଭାବରେ ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସତ୍ୟନଗର ର ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟ, ସତ୍ୟନଗର ଲେଡିଜ୍ ଫୋରମ୍ ର ସମ୍ପାଦିକା ଅନୁରାଧା ଦାଶଙ୍କ ସହିତ ଫୋରମ୍ ର ସଦସ୍ୟା ମାନେ ତଥା ଅନ୍ୟାନ୍ୟ ମାନ୍ୟଗଣ୍ୟ ନାଗରିକ ମାନେ ଯୋଗଦାନ କରିଥିଲେ।
ପ୍ରାରମ୍ଭରେ ଶ୍ରୀ ଭୂବନ ମୋହନ ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିଲେ। ସଭାପତି ଶ୍ରୀ କିଶୋର ଚନ୍ଦ୍ର ସାହୁ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ମଞ୍ଚର ସମ୍ପାଦକ ଶ୍ରୀ ନିକୁଞ୍ଜ ବିହାରୀ ଷଡ଼ଙ୍ଗୀ ମଞ୍ଚର କାର୍ଯ୍ୟକାଳ ସମ୍ଵନ୍ଧରେ ସୂଚନା ଦେଇଥିଲେ। ଆନ୍ତର୍ଜାତୀୟ ମହିଳା ସପ୍ତାହ ଅବସରରେ ଶ୍ରୀମତୀ ବୀଣାପାଣି ସାହୁ ଏବଂ ମଞ୍ଚର ଉପଦେଷ୍ଟା ଶ୍ରୀମତୀ ଅନୁରାଧା ଦାଶଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇକି ସମ୍ମାନିତ କରାଯାଇଥିଲା। ଅନ୍ତିମ ରେ ଶ୍ରୀ ଗୋପାଳ ଚନ୍ଦ୍ର ବିଶୋଇ ଧନ୍ୟବାଦ ଅର୍ପଣ କରିଥିଲେ।