ଯାଜପୁର ,୨୮/୧୨/୨୦୨୩ (ଓଡ଼ିଶା ସମାଚାର/ସୁରେଶ କର):- ଇଂରାଜୀ ସାହିତ୍ୟ ପତ୍ରିକା ରକ୍ ପେବୁଲ୍ସ ଏବଂ ଇନ୍ଦିରା ଗାନ୍ଧୀ ମହିଳା ଡିଗ୍ରୀ ମହାବିଦ୍ୟାଳୟ ମିଳିତ ସହଯୋଗ ରେ ଏକ ଦିବସୀୟ ସେମିନାର ଓ ତ୍ରିଭାଷୀ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପତ୍ରିକା ର ଉପଦେଷ୍ଟା ତଥା ବ୍ୟାସ ନଗର ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ କୁଶ ଚନ୍ଦ୍ର ପ୍ରଧାନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଆରମ୍ଭ ରେ ଇଂରାଜୀ ଅଧ୍ୟାପକ ସୁବାସ ଚନ୍ଦ୍ର ସ୍ବାଇଁ ଅତିଥି ମାନଙ୍କୁ ସ୍ବାଗତ ଜଣାଇ ମଞ୍ଚ କୁ ଆମନ୍ତ୍ରଣ କରିଥିଲେ। କଲେଜ ଅଧ୍ୟକ୍ଷ ରତ୍ନାକର ଜେନା ଅତିଥି ପରିଚୟ ଓ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ରକ୍ ପେବୁଲ୍ସ ପତ୍ରିକାର ଡିସେମ୍ବର ସଂଖ୍ୟା ଉନ୍ମୋଚିତ ହୋଇଥିଲା। ମୁଖ୍ୟ ବକ୍ତା ଅଧ୍ୟାପକ ଦାମୋଦର ବେହେରା ତାଙ୍କ ବକ୍ତବ୍ୟରେ ପଞ୍ଚସଖା ଯୁଗୀୟ କାବ୍ୟ ରେ ଜୀବନବାଦ ସମ୍ବନ୍ଧରେ କହିଥିଲେ। ପତ୍ରିକାର ସମ୍ପାଦକ ଡଃ ଉଦୟନାଥ ମାଝୀ ସମ୍ପାଦକୀୟ ଅଭିଭାଷଣ ରଖିଥିଲେ। ମୁଖ୍ୟ ଅତିଥି ଆସାମ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ର ଇଂରାଜୀ ପ୍ରଫେସର ଡ଼ଃ ବିଷ୍ଣୁ ଚରଣ ଦାଶ ଭାରତୀୟ ଇଂରାଜୀ କବି ଜୟନ୍ତ ମହାପାତ୍ର ଙ୍କ ସାହିତ୍ୟ କୃତି ସମ୍ବନ୍ଧରେ ଆଲୋଚନା କରିଥିଲେ। ସଭା ଶେଷ ରେ ଓଡିଆ ଅଧ୍ୟାପକ ମଳୟ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରି ଥିଲେ। କାର୍ଯ୍ୟକ୍ରମ ର ଦ୍ବିତୀୟାର୍ଧ ରେ ଡ଼ଃ ଶିବ ଚରଣ ମାଝି ଓ ମୀର୍ ଶାମ୍ ସୁଲ୍ ହକ୍ ଙ୍କ ମିଳିତ ପରିଚାଳନା ରେ ଓଡିଆ, ଇଂରାଜୀ ଏବଂ ହିନ୍ଦୀ ଭାଷାରେ କବିତା ପାଠ ହୋଇ ଥିଲା। ମମତାମୟୀ ଦାସ,ଝୁନୁମଣୀ ଯେନା, ଅନିମା ପ୍ରଧାନ, ଶ୍ରଦ୍ଧାଞ୍ଜଳି ଦାଶ, ଶରତଚନ୍ଦ୍ର ଦାସ, ରତ୍ନାକର ଜେନା, ହିମାଂଶୁ ଯେନା, ମହମ୍ମଦ ଇଦ୍ରିସ ଓ କଲେଜ ର ଅନେକ ଛାତ୍ରୀ ସ୍ବରଚିତ କବିତାମାନ ପାଠ କରିଥିଲେ। କାର୍ଯ୍ୟକ୍ରମ ର ଦ୍ବିତୀୟାର୍ଧ ରେ ପତ୍ରିକା ର ବରିଷ୍ଠ ସୁଭେଚ୍ଛୁ ରାମଚନ୍ଦ୍ର ଶୁକ୍ଳ ସମସ୍ତ କବି ଓ କବୟିତ୍ରୀ ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।
ରକ୍ ପେବୁଲ୍ସ ର ସାହିତ୍ୟ ଉତ୍ସବ ଅନୁଷ୍ଠିତ
