ଚାରିଛକ,୨୫/୦୨/୨୦୨୫(ଓଡ଼ିଶା ସମାଚାର)- ପ୍ରତିବର୍ଷ ଭଳି ଚଳିତ ବର୍ଷ ୧୪ତମ ପ୍ରାଚୀ ପରିକ୍ରମା ପଦଯାତ୍ରା ୧୮ ତାରିଖରୁ କପିଳେଶ୍ୱରପୁର ଅନ୍ଧକପିଳେଶ୍ୱର ମନ୍ଦିର ନିକଟରୁ ବାହାରି ୨୪ ତାରିଖଦିନ କପଳେଶ୍ୱରପୁର ଅନ୍ଧ କପିଳେଶ୍ୱର ମନ୍ଦିର ନିକଟରେ ଉଦଯାପିତ ହୋଇଯାଇଛି । ଏହି ପ୍ରାଚୀ ପରିକ୍ରମା,ପ୍ରାଚୀ ନଦୀର ସୁରକ୍ଷା ଏହାର ମହାତ୍ମ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ହେଉଛି ମୁଖ୍ୟଲକ୍ଷ୍ୟ ।
ଗୁରୁଜୀ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜଙ୍କ ସହିତ ସ୍ୱାମୀ ସୁଦ୍ଧାନନ୍ଦ ଗିରି, ମହନ୍ତ ଚିନ୍ତାମଣି ପର୍ବତ ମହାରାଜା, ପୂଜ୍ୟ ବାବା ଦାମୋଦର ଦାସ, ପୂଜ୍ୟ ମହନ୍ତ ରାମକୃଷ୍ଣ ଦାସ, ପୂଜ୍ୟ ବାବା ରାମ ଦାସ, ପୂଜ୍ୟ ମହନ୍ତ ଦିବ୍ୟକୃଷ୍ଣ ଦାସ, ପୂଜ୍ୟ ବାବା ସତ୍ୟାନନ୍ଦ ଦାସ, ବାବା ରାଜକିଶୋର ଦାସ, ବାବା ଯୋଗେନ୍ଦ୍ର ଦାସ, କର୍ମକାଣ୍ଡ ବିଶାରଦ ପଣ୍ଡିତ ଚିତରଂଜନ ମିଶ୍ରଙ୍କ ସହ ଦେଶ ବିଦେଶର ବହୁ ସାଧୁସନ୍ଥ, ସନ୍ୟାସୀ ଶ୍ରଦ୍ଧାଳୁ ନାମ ସଂକ୍ରୀତନ ସହ ପ୍ରାଚୀ ତଟର କପିଳେଶ୍ୱରପୁରର ଅନ୍ଧ କପିଳେଶ୍ୱର ମନ୍ଦିର, ନୂଆଗାଁର ରାଧାକାନ୍ତ ମଠ, ସାହାଜାନପୁରର ଆର୍ତତ୍ରାଣ ଗାଦୀ, ମୂଷିବାବା ମଠ, ମାଧବର ମାଧବାନନ୍ଦ ଜୀୟୁ ମନ୍ଦିର, କାକଟପୁର ଦେଉଳିମଠ, ସରିପୁର ଅପ୍ସରା କ୍ଷେତ୍ର, ଅସ୍ତରଙ୍ଗ କେଳୁଣୀ ମୁହାଣ, କେଉଟଜଙ୍ଗା ତେନ୍ତୁଳିଆ ମଠ, ବାଲିସାହିର
ଉଛବ ନିବାସ,ପ୍ରାଚୀଘାଟ ରାମେଶ୍ୱର, ପ୍ରାଚୀଗୁରୁ ଧର୍ମକ୍ଷେତ୍ର ନୂଆମଠ, ଗଡ଼ଅମର ପ୍ରସାଦର କ୍ଷୀରଗଛ ମଠ, ଭୋଦରର ଶଙ୍ଖପଡା, ଦେଉଳିଧରପୁରର ବୁଦ୍ଧିକେଶ୍ୱର ମନ୍ଦିର, ତ୍ରିବେଣୀତୀର୍ଥ ଅନ୍ତର୍ବେଦୀ ମଠ ଆଦି ପରିକ୍ରମା ପରେ ଆଜି ପ୍ରାଚି ନଦୀ କୂଳରେ ଥିବା କପିଳେଶ୍ୱରପୁରର ଅନ୍ଧକପିଳେଶ୍ୱରଠାରେ ପହଂଚି ସେଠାରେ ଚାଲିଥିବା ସପ୍ତଦିବସୀୟ ଯଜ୍ଞର ପୂର୍ଣ୍ଣାହୂତି ପରେ ପ୍ରାଚୀ ପ୍ରରିକ୍ରମା ଉଦଯାପିତ ହୋଇଥିଲା । ପୀଠରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।
